ବସ୍ତା, ୨୫।୮(ସ୍ବ.ପ୍ର.)-ଜଳକା ନଦୀରେ ରବିବାର ପୁଣି ବନ୍ୟାଜଳ ଆସି ବିପଦସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ା ବସ୍ତା ବ୍ଲକର ମଥାନୀଠାରେ ନଦୀର ବିପଦସଂକେତ ସ୍ତର ୫.୫୦ ମିଟର ଥିବା ବେଳେ ଜଳପତ୍ତନ ରବିବାର ସନ୍ଧ୍ୟା ୫ଟାରେ ୫.୭୯ ମିଟରରେ ପହଞ୍ଚତ୍ଛି ା ତେବେ ଶନିବାର ରାତି ଏବଂ ରବିବାର ଦିନତମାମ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଘଣ୍ଟା ପ୍ରତି ୦.୦୧ ମିଟର ବଢୁଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଗତ ରବିବାରରୁ ୩ଦିନ ଧରି ବିପଦସଂକେତ ଊର୍ଦ୍ଧ୍ୱରେ ବନ୍ୟାଜଳ ପ୍ରବାହିତ ହୋଇ ବୁଧବାର ଓ ଗୁରୁବାର ଜଳପତ୍ତନ ତଳକୁ ଖସିଯାଇଥିଲା। ତେବେ ପୂର୍ବ ବନ୍ୟା ପ୍ରଭାବରେ ଶିବଗତିଆ ଓ ସାନଖୁଡ଼ିଠାରେ ନଦୀବନ୍ଧ ଅତଡ଼ା ଖାଇବା ଆଶଙ୍କାରେ ବାଲି ବସ୍ତା ପକାଯାଇଛି। ବର୍ଷା ଲାଗି ରହିଥିବାରୁ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି ା ତେବେ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି।