Categories: ଖେଳ

ପୁଣି ଭଗତଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪ା୨- ପାରା ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ରାଜ୍ୟ ପାଇଁ ଆଣିଛନ୍ତି ସଫଳତା। ପେରୁ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ସେ ଜିତିଛନ୍ତି ଡବଲ ସ୍ବର୍ଣ୍ଣ ପଦକ। ପୁରୁଷ ସିଙ୍ଗଲ୍ସ ବର୍ଗର ଫାଇନାଲରେ ଅନ୍ୟ ଭାରତୀୟ ଶଟଲର ନୀତିଶ କୁମାରଙ୍କୁ ୨୧-୧୮, ୨୧-୧୫, ୨୧-୧୪ ଗେମ୍‌ରେ ହରାଇ ଦେଇଛନ୍ତି। ସେହିଭଳି ଡବଲ୍ସ ବର୍ଗରେ ମନୋଜ ସରକାରଙ୍କୁ ସାଥୀ କରି ପ୍ରମୋଦ ଫାଇନାଲରେ ୨୧-୧୯, ୨୧-୯ ବ୍ୟବଧାନରେ ଫ୍ରାନ୍ସର ମାଥି ଥୋମାସ ଓ ଗୁଇଲାମେ ଗଲିଙ୍କୁ ହରାଇ ପୋଡିୟମର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟ ପୂର୍ବରୁ ପ୍ରମୋଦ ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ଡବଲ ସ୍ବର୍ଣ୍ଣ ଜିତିଥିଲେ।

Share