ପୁଣି ଭୁବନେଶ୍ୱରରେ ୨ ପଜିଟିଭ୍‌ ଚିହ୍ନଟ: ଆପୋଲୋର ଜଣେ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପୁଣି ଭୁବନେଶ୍ୱରରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲର ୨୫ ବର୍ଷୀୟ କର୍ମଚାରୀ ରହିଥିବା ବେଳେ ଅନ୍ୟ ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଆପୋଲୋର କର୍ମଚାରୀଜଣଙ୍କର ଜଣେ ପରିବାର ସଦସ୍ୟ ସୁରଟରୁ ଫେରିଥିଲେ। ସେହିଭଳି ନୟାପଲ୍ଲୀ ଶ୍ରୀରାମ ବିହାରର ୬୭ ବର୍ଷୀୟ ବୃଦ୍ଧ କ୍ୱାରାଣ୍ଟାଇନ୍‌ରେ ଥିଲେ। ନୂତନ ଆକ୍ରାନ୍ତମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ପାଖ ଘରଗୁଡ଼ିକୁ ସାନିଟାଇଜ୍‌ କରାଯିବା ସହ ଲୋକଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଛି। ଏଥିସହ ସେମାନଙ୍କୁ କୋଭିଡ ହସ୍ପିଟାଲ ପଠାଯାଇଛି। ସେହିଭଳି କଳିଙ୍ଗ ବିହାରର ୩୦ ବର୍ଷୀୟ ଯୁବକ ସୁସ୍ଥ ହୋଇଛନ୍ତି। ଏ ନେଇ ଗୁରୁବାର ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ ହୋଇଥିବା ବେଳେ ୪୨ ଆକ୍ଟିଭ୍‌ କେସ୍‌ ରହିଛି।