ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ଯାତ୍ରୀଙ୍କଠାରୁ ମିଳିଲା ୧୫୦.୯୨୦ ଗ୍ରାମର ସୁନା, ମୂଲ୍ୟ ୫ଲକ୍ଷରୁ ଅଧିକ

ଭୁବନେଶ୍ୱର, ୧୦।୭(ବ୍ୟୁରୋ): କଟକଣା ସତ୍ତ୍ୱେ କମୁନି ସୁନା ଚୋରା ଚାଲାଣ। ବୁଧବାର ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରିଛି କଷ୍ଟମ ବିଭାଗ। ବ୍ୟାଙ୍କକ୍‌ରୁ ଆସିଥିବା ଏଆର ଏସିଆ ବିମାନ(ଏଫ୍‌ଡି-୧୧୨)ର ଜଣେ ଯାତ୍ରୀଙ୍କ ସାର୍ଟ କଲର୍‌ରୁ ୧୫୦.୯୨୦ ଗ୍ରାମର ସୁନା ଜବତ ହୋଇଛି। ଯାତ୍ରୀଜଣଙ୍କ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ତାଙ୍କଠାରୁ ଜବତ ହୋଇଥିବା ସୁନାର ମୂଲ୍ୟ ୫,୩୩, ୩୫୧ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share