ପୁଣି ମାମୁ ହେବାକୁ ଯାଉଛନ୍ତି ସଲମାନ ଖାନ୍‌

ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ଘରକୁ ପୁଣି ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ତାଙ୍କ ଭଉଣୀ ଅର୍ପିତା ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଆଇଫା ଆଓ୍ବାର୍ଡ ସମାରୋହରେ ଯୋଗଦେବା ଅବସରରେ ଅର୍ପିତା ଏବଂ ଆୟୁଷ୍‌ ନିଜେ ଏକଥା ଖୁଲାସା କରିଛନ୍ତି। ୨୦୧୪ରେ ଅର୍ପିତା ବ୍ୟବସାୟୀ ଆୟୁଷ୍‌ ଶର୍ମାଙ୍କୁ ବିବାହ କରିଥିଲେ। ୨୦୧୬ରେ ଉଭୟଙ୍କ ଏକ ପୁଅ ଆହିଲ୍‌ ଜନ୍ମ ହୋଇଥିଲା। ପରେ ଆୟୁଷ୍‌ ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ।

Share