ପୁଣି ମାଲକାନଗିରିରେ ପ୍ଲାଷ୍ଟିକ ଅଣ୍ଡା : ଲୋକେ ଆତଙ୍କିତ

ମାଲକାନଗିରି.୧୪।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମାରେ ଶୁକ୍ରବାର ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଥିଲା। ତେବେ ପୁଣି ଶନିବାର ସହରର ବସ୍‌ଷ୍ଟାଣ୍ଡ ସମ୍ମୁଖରେ ରହୁଥିବା ଗଙ୍ଗାଧର ପଟ୍ଟନାୟକଙ୍କ ଘରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ ଦେଖାଦେଇଛି। ଗଙ୍ଗାଧର ବଜାରରୁ ୪ଟି ଅଣ୍ଡା କିଣି ଥିଲେ। ତେବେ ସେହି ଅଣ୍ଡା ଫଟାଇବାରୁ ତାହା ଫାଟି ନ ଥିଲା । ପରେ ଅନ୍ୟ ୨ ଟି ଅଣ୍ଡା ଫଟାଇବାକୁ ଚେଷ୍ଟା କରିବାରୁ ମଧ୍ୟ ତାହା ପ୍ଲାଷ୍ଟିକ ଭଳି ଆସ୍ତରଣ ଥିବା ଦେଖାଯାଇଥିଲା। ପରେ ସେ ନିଆଁରେ ପୋଡ଼ିବାରୁ ତାହା ପୋଡ଼ି ଯାଇଥିବା ସହ ପ୍ଲାଷ୍ଟିକ ଗନ୍ଧ ହେଉଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ଶୁକ୍ରବାର ସହରର ହାଇଟେକ୍‌ କଲୋନୀର ଦିଗାମ୍ବର ବେହେରା ବଜାରରୁ ଅଣ୍ଡା କିଣି ରୋଷେଇ କରିବା ବେଳେ ସେଥିରେ ପ୍ଲାଷ୍ଟିକ ଆବରଣ ଦେଖିବାକୁ ମିଳିଥିଲ। ତେବେ ଗତକାଲି ବିଭିନ୍ନ ଗଣମାଧ୍ୟମରେ ଏ ନେଇ ପ୍ରସାର ପରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଧନୁର୍ଜୟ ମହନ୍ତଙ୍କ ନେତୃତ୍ୱରେ ଜିଲା ଜନସ୍ବାସ୍ଥ୍ୟ ନିରୀକ୍ଷଣ ଅଧିକାରୀ ଚନ୍ଦ୍ର ଶେଖର ସ୍ବାଇଁଙ୍କ ସମେତ ଏକ ଦଳ ଜିଲା ସଦର ମହକୁମାର ବିଭିନ୍ନ ଅଣ୍ଡା ଦୋକାନ ଓ ବିତରକଙ୍କ ଗୋଦାମ ଉପରେ ଚଢ଼ାଉ କରଛନ୍ତି। ଏଥିରେ ୪ ବିତରକ ଓ ଜଣେ ରିଟେଲରଙ୍କଠାରୁ କିଛି ଅଣ୍ଡା ସଂଗ୍ରହ କରି ସେଗୁଡ଼ିକୁ ପରୀକ୍ଷା ଲାଗି ଭୁବନେଶ୍ୱର ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦୁଆ ଡ୍ରାଇଭରଙ୍କୁ ଅଦାଲତର ଛାଟ: ମାତ୍ର ୨ଦିନ ମଧ୍ୟରେ ରାୟ ପ୍ରକାଶ

ପାଟଣା,୧୮।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆ ନିକଟରେ ଗତ ଡିସେମ୍ବର ୫ତାରିଖ...

ଶୀତରେ ବୃଦ୍ଧାବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ…

ଗଞ୍ଜାମ,୧୮।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ସଂସ୍କୃତିକ ଗୃହରେ ଗ୍ରାସୀମ କମ୍ପାନୀ ପକ୍ଷରୁ ବରିଷ୍ଠ ନାଗରିକ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ...

ସିନିୟର ତୀରନ୍ଦାଜ ପ୍ରତିଯୋଗିତା: କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଲେ ସଞ୍ଜୟ

ଲାଞ୍ଜିଗଡ଼,୧୮।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟ୍ୟୁଷିତ ମଦନଗୁଡା ଗ୍ରାମର ଆଦିବାସୀ ଯୁବକ ସଞ୍ଜୟ ମାଝୀ ଜାତୀୟ ଏନଟିପିସି ସିନିୟର ତୀରନ୍ଦାଜ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ରୁପ୍ରା ରୋଡ, ୧୮।୧୨ (ସଞ୍ଜିବ ଦାସ): କଳାହାଣ୍ଡି ଜିଲା ରୁପ୍ରା ରୋଡ ରେଳ ଷ୍ଟେଶନଠାରେ ସକାଳ ଛଅ ଘଣ୍ଟା ସମୟରେ ଏକ ମାଲ ବୋଝେଇ ଟ୍ରେନର...

ନିଆରା ମୟୁର: ଜଙ୍ଗଲ ନୁହେଁ, ଲୋକଙ୍କ ଗହଣରେ ରହିବାକୁ କରୁଛି ପସନ୍ଦ

ଦାରିଙ୍ଗବାଡି,୧୮।୧୨ (ଅରୁଣ ସାହୁ): ଜଙ୍ଗଲରେ ରହୁଥିବା ପ୍ରାଣୀ ମଧ୍ୟ ମଣିଷକୁ ଭଲ ପାଏ। ଏଭଳି ପରିସ୍ଥିତି ହୁଏ ନିଜ ଜଙ୍ଗଲ ଛାଡି ଗାଁ ବସତିକୁ ଚାଲିଆସେ।...

୧୦ ଦିନ ପରେ ବଳଦ ମାରିଲା, ଖାଇ ପାରିଲା ନାହିଁ : ଜିନ୍ନତକୁ ନେଇ ତେଜୁଛି ଅସନ୍ତୋଷ

ବାରିପଦା,୧୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ରାଜ୍ୟ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହୁଥିବା ମହାବଳ ବାଘୁଣୀ ଜିନ୍ନତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ...

ରାଜ୍ୟ ପର୍ଯ୍ୟଟନ ସଚିବଙ୍କ ଦିଗପହଣ୍ଡି ଗସ୍ତ: ୫-ଟି ହାଇସ୍କୁଲ, ମିଶନ ଶକ୍ତି ଗୃହ

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ଗସ୍ତରେ ରାଜ୍ୟ ପର୍ଯ୍ୟଟନ ସଚିବ ତଥା କମିଶନର ବାଲୱନ୍ତ ସିଂ ଆସିଛନ୍ତି। ମଙ୍ଗଳବାର ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟ, ଶ୍ରୀଜଗନ୍ନାଥ ୫-ଟି ହାଇସ୍କୁଲ,...

ସଡ଼କ ଦୁର୍ଘଟଣାରେ ୩ ଗୁରୁତର

ହିଞ୍ଜିଳିକାଟୁ, ୧୮।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ବେଲଗାଁ ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ବ୍ୟକ୍ତି ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri