ପୁଣି ମୁହଁ।ମୁହିଁ ଇରାନ-ଆମେରିକା

ବାଗ୍‌ଦାଦ/ତେହେରାନ,୧୪ା୩(ଏଏଫ୍‌ପି): ପୁଣିଥରେ ମୁହଁ।ମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ଶତ୍ରୁରାଷ୍ଟ୍ର ଆମେରିକା ଓ ଇରାନ। ଇରାକରେ ଥିବା ଇରାନ ସପକ୍ଷବାଦୀ ଏକ ସେନା ଶିବିରରେ ଗୁରୁବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଏୟାର ଷ୍ଟ୍ରାଇକ୍‌ରେ ଜଣେ ସାଧାରଣ ନାଗରିକ ଓ ୫ ସୈନ୍ୟ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଇରାକ ସେନାର ୩ ସୈନ୍ୟ ଓ ୨ ପୋଲିସ କର୍ମୀ ଅଛନ୍ତି। ଏହାସହ ଇରାକର ୧୧ ଫାଇଟର ମଧ୍ୟ ଆହତ ହୋଇଛନ୍ତି। କ୍ୟାମ୍ପ୍‌ ତାଜି ସେନା ଶିବିରରେ ବୁଧବାର ଇରାନ ପକ୍ଷରୁ ରକେଟ ମାଡ଼ କରାଯାଇଥିଲା। ଏଥିରେ ଆମେରିକାର ୨ ଓ ବ୍ରିଟେନର ଜଣେ ସୈନ୍ୟ ନିହତ ହୋଇଥିଲେ। ଆମେରିକା ଏହାର ପ୍ରତିଶୋଧ ନେବାକୁ ଯାଇ ଇରାକର ବାବିଲ ପ୍ରଦେଶସ୍ଥିତ କର୍ବାଲା ସହରରେ ନିର୍ମାଣାଧୀନ ଏକ ବିମାନବନ୍ଦରକୁ ଟାର୍ଗେଟ କରିଛି। ରାତି ଗୋଟାଏରେ ଆକାଶମାର୍ଗରୁ ୫ଟି ମିଶାଇଲ ମାଡ଼ କରାଯିବା ପରେ ୧୮ଟି କାର୍‌ ଧ୍ୱଂସ ହୋଇଯାଇଛି।

Share