ପୁଣି ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ଓ୍ବାଶିଂଟନ,୧୪।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ହ୍ବାଇଟ ହାଉସରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ୨ ଦିନିଆ ଭାରତ ଗସ୍ତ ସମୟରେ ସେ ମୋଦିଙ୍କ ସହ ଭଲ ସମୟ କାଟିଛନ୍ତି। ମୋଦି ତାଙ୍କର ଜଣେ ଭଲ ବନ୍ଧୁ। ଆଉ ଗୁଜରାଟର ଷ୍ଟାଡିୟମରେ ଯେଉଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ତାହା ମଧ୍ୟ ଖୁବ୍‌ ସୁନ୍ଦର ଥିଲା। ସୂଚନାଯୋଗ୍ୟ, ଫେବୃୟାରୀ ୨୪-୨୫ରେ ଟ୍ରମ୍ପ, ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ, ତାଙ୍କ ଝିଅ ଜ୍ୱାଇଁ ଓ ପ୍ରତିନିଧି ମଣ୍ଡଳଙ୍କ ସହ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ସେମାନେ ଗାଜିଆବାଦ, ଦିଲ୍ଲୀ ଓ ଆଗ୍ରା ଗସ୍ତ କରିଥିଲେ। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Share