ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ହଜାରିବାଗ,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ଏବେ ଝାଡ଼ଖଣ୍ଡରେ ପହଞ୍ଚୁଥିବା ଦେଖାଯାଇଛି। ସୋମବାର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ହଜାରିବାଗ ଗସ୍ତ କରିଛନ୍ତି। ସେଠାରେ ସେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ଅବସରରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ଆମ ଦେଶରେ ମହିଳା ବିନା ଭୟରେ ଘର ବାହାରକୁ ଗୋଡ କାଢି ପାରୁ ନାହାନ୍ତି। ପ୍ରଧାନମନ୍ତ୍ରୀ ଆପଣ କେମତି ମହିଳାମାନଙ୍କୁ ରକ୍ଷା କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ହାଇଦ୍ରାବାଦ ଗଣବଳାତ୍କାର ଓ ଉନ୍ନାଓ ଗଣବଳାତ୍କାର ପରେ ଦେଶରେ ଏଭଳି ମାମଲା ବଢି ଚାଲିଥିବା ବେଳେ ଏବେ ମହିଳା ଆଉ ନିଜକୁ ସୁରକ୍ଷିତ ମଣୁ ନ ଥିବା ରାହୁଲ ପରୋକ୍ଷରେ କହିଛନ୍ତି। ଏଥିପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି।

Share