Categories: ଖେଳ

ପୁଣି ରବି ଶାସ୍ତ୍ରୀ

ମୁମ୍ବାଇ,୧୬।୮: ରବି ଶାସ୍ତ୍ରୀ ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୧୯୮୩ ବିଶ୍ୱକପ ଚାମ୍ପିୟନ ଦଳର ଅଧିନାୟକ କପିଳ ଦେବଙ୍କ ନେତୃତ୍ୱରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଶାସ୍ତ୍ରୀଙ୍କୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟିମ୍‌ ଇଣ୍ଡିଆର ଦାୟିତ୍ୱ ଦେଇଛନ୍ତି। ଏ ନେଇ ସିଏସି ବିଧିବଦ୍ଧ ଭାବେ ଶୁକ୍ରବାର ଘୋଷଣା କରିଛି। ତେବେ ତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ସେ ୨୦୨୧ ଆଇସିସି ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦରେ ରହିବେ। କୋଚ୍‌ ପଦ ଲାଗି ନିଯୁକ୍ତି ପ୍ରକ୍ରିୟାରେ ମାଇକ ହେସନ ଦ୍ୱିତୀୟ ଓ ଅଷ୍ଟ୍ରେଲିଆର ଟମ୍‌ ମୁଡି ୩ୟ ସ୍ଥାନରେ ରହିଥିଲେ। ଉଲ୍ଲେଖଥାଉ କି, ଶାସ୍ତ୍ରୀ ୨୦୧୪ରୁ ୧୬ ପର୍ଯ୍ୟନ୍ତ ଦଳର ନିର୍ଦ୍ଦେଶକ ପଦରେ ଥିଲେ। ଏହାପରେ ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଫଳତା ଯୋଗୁ ଅନୀଲ କୁମ୍ବଲେ ପଦତ୍ୟାଗ କରିବା ପରେ ଶାସ୍ତ୍ରୀଙ୍କୁ କୋଚ୍‌ ନିଯୁକ୍ତ କରାଯାଇଥିଲା।

Share