Categories: ଗଞ୍ଜାମ

ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ,୨୦ା୭-କିଛି ଦିନ ବ୍ୟବଧାନ ପରେ ପୁଣି ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଶୁକ୍ରବାର ପୋଷ୍ଟର ଲଗାଇଛନ୍ତି। ଫିରିଙ୍ଗିଆ ଅଞ୍ଚଳର ସାଡିଙ୍ଗିଆ, ସୁମେରୁବନ୍ଧ, ଲେଣ୍ଡ୍ରିଗୁଡା, ମାଲା ଓ ଫିରିଙ୍ଗାଆ ବଜାରରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। କେକେବିଏନ ଡିଭିଜନର କାନ୍ଥ ପତ୍ରିକା ‘ବିପ୍ଲବୀ ଡେଙ୍ଗୁରା’ ବୋଲି ଉଲ୍ଲେଖ ରହିଥିବା ଏହି ପୋଷ୍ଟରରେ ରାଜ୍ୟର କୃଷିନୀତିକୁ ସମାଲୋଚନା କରାଯାଇଛି। ଦ୍ୱିତୀୟ ସବୁଜ ବିପ୍ଲବ ନଁାରେ ହେଉଥିବା ଷଡଯନ୍ତ୍ରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଥିବାରୁ କୃଷି ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି। ବିଦେଶୀ ବିହନ ଓ ସାର ଆମ ମାଟିର ଉର୍ବରତା ନଷ୍ଟ କରିଦେଇଛି। କାଳିଆ ଯୋଜନା, କିଷାନନିଧି ଯୋଜନା କରାଯାଇ ଚାଷୀଙ୍କୁ ପଙ୍ଗୁ କରିବାକୁ ଯୋଜନା କରାଯାଇଛି। ଚାଷଜମି କମ୍ପାନୀମାନଙ୍କୁ ଦିଆଯାଉଛି। ଫଳରେ ଅନେକ ଚାଷୀ ଆତ୍ମହତ୍ୟା କରୁଛନ୍ତି। ତେଣୁ ପୁଣିଥରେ କୃଷି ଶିଳ୍ପକୁ ବିକାଶ କରି ଗଞ୍ଜେଇ ଚାଷକୁ ନିୟନ୍ତ୍ରଣ କରିବାକୁ ଆହ୍ବାନ ଦିଆଯାଇଛି ା