Categories: ଜାତୀୟ

ପୁଣି ଶପଥ ନେଲେ ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର

ନୂଆଦିଲ୍ଲୀ,୨୭।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିବା ପରେ ବୁଧବାର ବିଧାନ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର ପୁଣି ଶପଥ ନେଇଛନ୍ତି। ସେମାନେ ବିଧାୟକ ଭାବେ ଶପଥ ପାଠ କରିଛନ୍ତି। ସେମାନଙ୍କ ସହିତ ଜୟନ୍ତ ପାଟିଲ, ବାଲାସାହେବ ଥୋରାଟ୍‌, ଛଗନ ଭୁଜବଳ ପ୍ରମୁଖ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ସକାଳ ସାଢ଼େ ୬ଟାରେ ଶପଥ ପାଠ ପାଇଁ ବିଧାନ ଭବନରେ ବିଧାୟକମାନେ ଆସି ପହଞ୍ଚିଥିଲେ।

Share