Categories: ଜାତୀୟ

ପୁଣି ସାମ୍ନାକୁ ଆସିଲା ଲାଲୁଙ୍କ ପାରିବାରିକ ଡ୍ରାମା

ପାଟନା,୧୬।୧୨: ଘରୋଇ କଳିକୁ ନେଇ ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାରିବାରିକ ସମସ୍ୟାର ଅନ୍ତ ଘଟୁନାହିଁ। ରବିବାର ପାଟନାରେ ଥିବା ରାବଡି ଦେବୀଙ୍କ ଘରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଏହାପରେ ଲାଲୁ ପ୍ରସାଦଙ୍କ ବଡ ବୋହୂ ଐଶ୍ୱର୍ଯ୍ୟା ରାୟ ତାଙ୍କ ଶାଶୁ ରାବଡି ଦେବୀ, ସ୍ବାମୀ ଜେତ ପ୍ରତାପ ଯାଦବ ଓ ନଣନ୍ଦ ମିଶା ଭାରତୀଙ୍କ ନାଁରେ ଏଫ୍‌ଆଇଆର୍‌ ଦେଇଥିବା ଜଣାପଡିଛି। ଘରୋଇ ହିଂସାକୁ ନେଇ ଏମାନଙ୍କ ନାଁରେ ଏଫ୍‌ଆଇଆର୍‌ ଦିଆଯାଇଥିବା ସୂଚନା ମିଳିଛି। ଏହା ଜାଣିବା ପରେ ଐଶ୍ୱର୍ଯ୍ୟାଙ୍କ ବାପା ଚନ୍ଦ୍ରିକା ରାୟ ରାବଡିଙ୍କ ଘରେ ପହଞ୍ଚିଥିଲେ ସତ ହେଲେ କୌଣସି ସମସ୍ୟାର ସମାଧାନ ହୋଇ ନ ଥିଲା। ଐଶ୍ୱର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶାଶୁ ତାଙ୍କୁ ମାଡପିଟ କରିବା ସହ ଗେଟ୍‌ ବାହାରକୁ ଆଣି ତାଲା ପକାଇ ଦେଇଥିଲେ।

Share