Categories: ଖେଳ

ପୁଣି ସେହ୍ବାଗ-ସଚିନ କରିବେ ଓପନିଂ: ମାରିବେ ଛକା, ଚୌକା

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣିଥରେ କ୍ରିକେଟ ମୈଦାନରେ ସଚିନ ତେନ୍ଦୁଲକର ଏବଂ ବିରେନ୍ଦ୍ର ସେହ୍ବାଗଙ୍କ ଓପନିଂ ଯୋଡିଙ୍କୁ ଖେଳୁଥିବାର ଦେଖାଯିବ। ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ବିଶ୍ୱର ପ୍ରସିଦ୍ଧ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେବ। ଏହି ସିରିଜରେ ମୋଟ ୧୧ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଇଣ୍ଡିଆ ଲିଜେଣ୍ଡସ ଏବଂ ଓ୍ବେଷ୍ଟଇଣ୍ଡିଜ ଲିେଣ୍ଡେସ ମଧ୍ୟରେ ମାର୍ଚ୍ଚ ୭ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଇଣ୍ଡିଆ ଲିଜେଣ୍ଡସ ପକ୍ଷରୁ ସଚିନ ଏବଂ ସେହ୍ବାଗ ଓପନିଂ କରିବେ। ଏହି ସିରିଜରେ ମୋଟ ୬ଟି ଟିମ୍‌ ଇଣ୍ଡିଆ ଲିଜେଣ୍ଡସ, ଅଷ୍ଟ୍ରେଲିଆ ଲିଜେଣ୍ଡସ, ଦକ୍ଷିଣ ଆଫ୍ରିକା ଲିଜେଣ୍ଡସ, ଶ୍ରୀଲଙ୍କା ଲିଜେଣ୍ଡସ ଏବଂ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡସ ଦଳ ଭାଗ ନେବେ। ୬ଟି ଟିମ୍‌ ମଧ୍ୟରେ ୧୦ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଦୁଇଟି ଶ୍ରେଷ୍ଠ ଟିମ୍‌ ମଧ୍ୟରେ ଫାଇନାଲ ମ୍ୟାଚ୍‌ ମୁମ୍ବାଇର ବ୍ରାବ୍ରୋର୍ନ ଷ୍ଟାଡିୟମରେ ମାର୍ଚ୍ଚ ୨୨ରେ ଖେଳାଯିବ। ସଡକ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଏହି ସିରିଜ୍‌ ଖେଳାଯାଉଛି।

Share