ପୁଣି ସ୍କୁଲ ବ୍ୟାଗ୍‌ ତାଗିଦ: ଜିଲାପାଳଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସ୍କୁଲ ପିଲାଙ୍କ ବ୍ୟାଗ ଓଜନ କମ୍‌ ପ୍ରସଙ୍ଗରେ ପୁଣି ଚିଠି ଲେଖିଛି ଗଣଶିକ୍ଷା ବିଭାଗ। ରାଜ୍ୟର ସମସ୍ତ ଜିଲାପାଳଙ୍କୁ ଶୁକ୍ରବାର ଚିଠି ଲେଖି ଗଣଶିକ୍ଷା ସଚିବ ତାଗିଦ କରିଛନ୍ତି। ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ ପାଳନ ପାଇଁ ଚିଠିରେ ଉଲ୍ଲେଖ ରହିଛି। ଏ ନେଇ ବାରମ୍ବାର କୁହାଯିବା ସତ୍ତ୍ୱେ ନିୟମ ପାଳନ ହେଉନି। ଘରୋଇ ସ୍କୁଲ ସମେତ ଅନ୍ୟାନ୍ୟ ସ୍କୁଲ ପିଲାଙ୍କ ବ୍ୟାଗ ଓଜନ ଯାଞ୍ଚ ହେଉନି। ଏଯାଏ ସୁଦ୍ଧା ସ୍କ୍ବାଡ୍‌ ଗଠନ କି ପିଲାଙ୍କ ବ୍ୟାଗ ଯାଞ୍ଚ ନେଇ ରିପୋର୍ଟ ମିଳିନାହିଁ। ଏ ନେଇ ଆସନ୍ତା ୨୦ ମଧ୍ୟରେ ଜରୁରୀ ଭାବେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share