ପୁଣି ସ୍କ୍ରିନ୍‌ ଶେୟାର୍‌ କରିବେ ରାଣୀ-ଅଭିଷେକ୍‌

ଦୀର୍ଘ ୧୨ ବର୍ଷ ପରେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ରାଣୀ ମୁଖର୍ଜୀ ପୁଣି ଥରେ ଏକାଠି ସ୍କ୍ରିନ୍‌ ଶେୟାର୍‌ କରିବାକୁ ଯାଉଛନ୍ତି। ଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ବବଲୀ’ର ସିକ୍ୱେଲ ‘ବଣ୍ଟି ବବଲୀ ଏଗେନ’ରେ ଅଭିନୟ କରିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଜିମା ଶାଦ ଅଲ୍ଲୀ। ଆସନ୍ତା ମାସରୁ ଫିଲ୍ମ ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ‘ବଣ୍ଟି ବବଲୀ’୨୦୦୫ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅଭିଷେକ- ରାଣୀଙ୍କ ଯୋଡିକୁ ଖୁବ ପସନ୍ଦ କରିଥିଲେ ଦର୍ଶକା ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ବଲିଉଡରେ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। କିନ୍ତୁ ସବୁ ଚର୍ଚ୍ଚାକୁ ପଛରେ ପକାଇ ଅଭିଷେକ ଐଶ୍ଚର୍ଯ୍ୟା ରାୟଙ୍କ ହାତ ଧରିଥିଲେ। ଏବେ ରାଣୀ ମୁଖର୍ଜୀ ‘ମର୍ଦ୍ଦାନୀ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତିା

Share