ଭୁବନେଶ୍ୱର,୨୫।୯(ବ୍ୟୁରୋ): ପୁଣି ସ୍ପଷ୍ଟ କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆସନ୍ତା ୩ ମାସ ଯାଏ ପଲ୍ୟୁସନ୍ ଏବଂ ଇନ୍ସୁରାନ୍ସ ଯାଞ୍ଚ ହେବ ନାହିଁ। ଅପରପକ୍ଷେ ଅକ୍ଟୋବର ପହିଲାରୁ ପଲ୍ୟୁସନ ସାର୍ଟିଫିକେଟ ଅନଲାଇନ୍ରେ ହେବ ବୋଲି ବୁଧବାର ସେ କହିଛନ୍ତି।
ପ୍ରକାଶଯୋଗ୍ୟ, ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଚାରିଆଡେ ଧରପଗଡ଼ ଆରମ୍ଭ ହୋଇଥିଲା। ଯାଞ୍ଚରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେଉଥିଲା। ମାତ୍ର ରାଜ୍ୟରେ ଏହାକୁ ବିରୋଧ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୩ ମାସ ପର୍ଯ୍ୟନ୍ତ କୋହଳ କରିବାକୁ କହିଥିଲେ।