Categories: ଖେଳ

ପୁଣି ହାର୍ଦ୍ଦିକ୍‌-ଉର୍ବଶୀ ଲିଙ୍କ୍‌ଅପ୍‌

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ନାୟିକା ଉର୍ବଶୀ ରୌଟେଲା। ସୋସିଆଲ୍‌ ମିଡିଆରେ ଲୋକେ ତାଙ୍କୁ ଲୋକପ୍ରିୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପୁଣି ଯୋଡ଼ିବା ଆରମ୍ଭ କରିଦେଇଛନ୍ତି। ଉର୍ବଶୀ ନିଜ ପୋଷା କୁକୁର ସହ ଏକ ଫଟୋ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ, ଯାହାକୁ ନେଇ ଏତେ ଚର୍ଚ୍ଚା ଆରମ୍ଭ ହୋଇଛି।
ପୋଷା କୁକୁର ସହ ଉର୍ବଶୀଙ୍କ ଫଟୋ ବେଶ ସୁନ୍ଦର ଲାଗୁୁଛି। ଏହାକୁ ଫ୍ୟାନ୍‌ମାନେ ପସନ୍ଦ ମଧ୍ୟ କରୁଛନ୍ତି। ତେବେ କୁକୁର ସହ ଉର୍ବଶୀଙ୍କ ଫଟୋ ପୋଜ୍‌ ଏକଦମ୍‌ ହାର୍ଦ୍ଦିକଙ୍କ ପୋଜ୍‌ ଭଳି ହୋଇଛି। କନ୍‌ଫ୍ୟୁଜ୍‌ ହେଉଛନ୍ତି କି ! ପ୍ରକୃତରେ ଉର୍ବଶୀଙ୍କ ପୂର୍ବରୁ ହାର୍ଦ୍ଦିକ ମଧ୍ୟ ନିଜ କୁକୁର ସହ ସମାନ ପୋଜ୍‌ ଦେଇ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଉଭୟଙ୍କ ପୋଜ୍‌ ପ୍ରାୟ ସମାନ ଥିବାରୁ ଲୋକେ ଏମାନଙ୍କୁ ଚିଡ଼ାଇବା ଆରମ୍ଭ କରିଦେଇଛନ୍ତି। ଉର୍ବଶୀଙ୍କୁ ହାର୍ଦ୍ଦିକ୍‌ ଉପହାରରେ ଏହି କୁକୁରଟିକୁ ଦେଇଥିବା ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେଉଛି। ତେବେ କିଛିଦିନ ପୂର୍ବରୁ ଉର୍ବଶୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ହାର୍ଦ୍ଦିକଙ୍କ ସହ ତାଙ୍କ ଲିଙ୍କ୍‌ଅପ୍‌ ନ କରିବାକୁ ଲୋକଙ୍କୁ କହିଥିଲେ। ଏହାସହ ଗଣମାଧ୍ୟମକୁ ମଧ୍ୟ ଉଭୟଙ୍କୁ ନେଇ କୌଣସି ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଏଭଳି ଗୁଜବ ପ୍ରସାରଣ କରନ୍ତୁ ନାହିଁ। ମୋର ମଧ୍ୟ ପରିବାର ଅଛି, ମୋତେ ମଧ୍ୟ ଉତ୍ତର ରଖିବାକୁ ପଡ଼ିଥାଏ। ଏଭଳି ଗୁଜବ ଦ୍ୱାରା ମୋତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଉର୍ବଶୀ କହିଥିଲେ।
ଏଠାରେ କହିରଖୁଛୁ ଯେ, ୨୦୧୮ରେ ହାର୍ଦ୍ଦିକ-ଉର୍ବଶୀଙ୍କ ରିଲେସନଶିପ୍‌ ଖୁବ୍‌ ଚର୍ଚ୍ଚା ସାଉଁଟିଥିଲା। ଉଭୟ ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ପୋଷ୍ଟରେ କମେଣ୍ଟ ଦେଉଥିଲେ। ସେମାନଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ପରେ ଉର୍ବଶୀଙ୍କ ଏଭଳି ପୋଷ୍ଟରୁ ଜଣାପଡ଼ୁଛି ସେମାନେ ଆଉ ଡେଟ୍‌ କରୁନାହାନ୍ତି।

Share