ପୁଣି ହୃଦୟ ଜିତିଲେ ମୋଦି: ବିମାନବନ୍ଦରରେ ତଳୁ ଉଠାଇଲେ ଫୁଲ

ହ୍ୟୁଷ୍ଟନ,୨୨।୯: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ଜୀବନଯାପନ ଶୈଳୀ ଚର୍ଚ୍ଚାକୁ ଆସିଛି। ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ଶନିବାର ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିମାନ ବନ୍ଦରରେ ପହଞ୍ଚିବା ପରେ ଜଣେ ଆମେରିକୀୟ ମହିଳା ଅଧିକାରୀ ମୋଦୀଙ୍କୁ ଫୁଲ ତୋଡ଼ାଟିଏ ଉପହାର ଦେଇଥିଲେ ତେବେ ମୋଦି ଫୁଲ ତୋଡାଟିକୁ ନିଜ ସୁରକ୍ଷାକର୍ମୀଙ୍କୁ ଦେବାବେଳେ ସେଥିରୁ ଅଜଣାତରେ ଏକ ଛୋଟ ଅଂଶ ଖସି ପଡିଥିଲା। ତତ୍‌କ୍ଷଣାତ୍‌ ମୋଦି ତଳୁ ଫୁଲଟି ଉଠାଇ ନିଜ ସୁରକ୍ଷାକର୍ମୀଙ୍କୁ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି ଆମେରିକୀୟ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସୂଚନାଯୋଗ୍ୟ, ମୋଦିଙ୍କ ସ୍ବାଗତ ପାଇଁ ବିମାନବନ୍ଦରରେ ଉପସ୍ଥିତ ଥିଲେ ଟ୍ରେଡ ଆଣ୍ଡ ଇଣ୍ଟରନେଶନାଲର ନିର୍ଦ୍ଦେଶକ କ୍ରିସ୍ଟୋଫର ଅଲସନ, ଭାରତରେ ଅବସ୍ଥାପିତ ୟୁଏସର ରାଜଦୂତ କେନ୍ନେଥ ଜଷ୍ଟର ଏବଂ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରିଂଗଲା ଉପସ୍ଥିତ ଥିଲେ।

Share