Categories: ଜାତୀୟ

ପୁଣି ୨୦୨୨ ଅକ୍ଟୋବର ୨୫କୁ ଅପେକ୍ଷା

ନୂଆଦିଲ୍ଲୀ, ୨୧।୬: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଯାଗତିକ ଦୃଶ୍ୟ ସମସ୍ତଙ୍କୁ ବେଶ୍‌ ଚକିତ କରିଛି। ୨୦୨୧ରେ ମଧ୍ୟ ୨ଟି ସୂର୍ଯ୍ୟପରାଗ ହେବ ତେବେ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ୨୦୨୧ ଜୁନ୍‌ ୧୦ ଏବଂ ଡିସେମ୍ବର ୪ରେ ଏହି ପରାଗ ହେବ। ଏହାପରେ ୨ ବର୍ଷ ୪ ମାସ ପରେ ୨୦୨୨ ଅକ୍ଟୋବର ୨୫ରେ ହେଉଥିବା ଆଶିଂକ ସୂର୍ଯ୍ୟୋପରାଗ ଭାରତରେ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟୋପରାଗ ୟୁରୋପ, ଦକ୍ଷିଣ ପଶ୍ଚିମ ଏସିଆ, ଉତ୍ତର ପୂର୍ବ ଆଫ୍ରିକା ଏବଂ ଆଟଲାଣ୍ଟିକ୍‌ ଅଞ୍ଚଳରେ ଦୃଶ୍ୟମାନ ହେବ।

Share