ପୁଣେରୁ ଆଉ ଜଣେ ଗିରଫ

ଭୁବନେଶ୍ୱର,୨।୭(ସୂର୍ଯ୍ୟକାନ୍ତ ବେହେରା)ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ(ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଉ ଜଣେ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ରର ପୁଣେରୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଅଭିଜିତ ସଞ୍ଜୟ ଜାମ୍ବୁର। ସେ ଏକ ସଫ୍ଟୱେର କମ୍ପାନୀର କର୍ମଚାରୀ ବୋଲି ଶନିବାର ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଭିଜିତଙ୍କୁ ଜୁନ ୨୯ତାରିଖ ଗୁରୁବାର ପୁଣେରୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟଙ୍କ ଅନୁମତିରେ ତାଙ୍କୁ ତିନିଦିନିଆ ଟ୍ରାନ୍‌ଜିଟ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯିବା ପରେ ଶନିବାର ଏଠାକାର କୋର୍ଟରେ ହାଜର କରାଯାଇଛି। ଅଭିଜିତ୍‌ ଗୁଜରାଟର ଆନନ୍ଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିଶ୍ୱବିଦ୍ୟାଳୟରୁ ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍ସ)ରେ ସ୍ନାତକୋତ୍ତର କରିଥିବା ବେଳେ ପୁଣେର ଏକ ସଫ୍ଟୱେର୍‌ କମ୍ପାନୀରେ କାର୍ଯ୍ୟ କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି।
କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସୂଚନାନୁସାରେ ଅଭିଜିତ୍‌ ଦୀର୍ଘ ଦିନ ଧରି ୨ ପାକିସ୍ତାନୀ ଗୁପ୍ତଚର ଓ ପାକିସ୍ତାନ ଆର୍ମି ଗୁପ୍ତଚରଙ୍କ ସହ ନିୟମିତ ଯୋଗାଯୋଗରେ ରହୁଥିଲେ। ୨୦୧୮ରେ ସେ ଫେସ୍‌ବୁକ ମେସେଞ୍ଜର ମାଧ୍ୟମରେ ପାକିସ୍ତାନର ଫୈସାଲବାଦ ଖାନ୍‌କିର ସୟଦ ଦାନିଶ ଅଲି ନାକଭିଙ୍କ ସହ ପରିଚିତ ହୋଇଥିଲେ। ଏପରି କି ଅଭିଜିତ୍‌ ଆମେରିକାର ଏକ ଶିକ୍ଷା ପ୍ରଯୁକ୍ତିବିଦ୍ୟା କମ୍ପାନୀ ‘ଚେଗ୍‌’ରେ ଜଣେ ଫ୍ରିଲାନ୍ସର ଭାବେ କାମ କରୁଛନ୍ତି ବୋଲି ଦାନିଶଙ୍କୁ କହିଥିଲେ। ଏହାପରେ ଅଭିଜିତ ତାଙ୍କ ୟୁଜର୍‌ ଆଇଡି ଏବଂ ପାସୱାର୍ଡକୁ ଦାନିଶଙ୍କୁ ଶେୟାର କରିଥିଲେ। ଫଳରେ ଅଭିଜିତଙ୍କ ନାମରେ ଦାନିଶ ଚେଗ୍‌ରେ କାମ କରୁଥିଲେ। ସେଥିରୁ ମିଳୁଥିବା ଟଙ୍କା ଅଭିଜିତ୍‌ଙ୍କ ଆକାଉଣ୍ଟକୁ ଆସୁଥିଲା। କିଛି ଦିନ ପରେ ଦାନିଶ ଅଭିଜିତଙ୍କୁ ମିଳୁଥିବା ଟଙ୍କାର କେତେ ପ୍ରତିଶତ ଦେବାକୁ କହିବା ସହ ତାଙ୍କ ସହଯୋଗୀଙ୍କ ସହ ପରିଚିତ କରାଇଥିଲେ। ପରେ ଦାନିଶ ପାକିସ୍ତାନ କରାଚିରେ ଥିବା ବନ୍ଧୁ ଖୁରାମ ଓରଫ ଅବଦୁଲ ହମିଦଙ୍କ ସହ ପରିଚିତ କରାଇଥିଲେ। ଖୁରାମ ପାକିସ୍ତାନ ସେନାର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀ। ଖୁରାମଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଭାରତରେ କାର୍ଯ୍ୟ କରୁଥିବା ବିଭିନ୍ନ ପିଆଇଓକୁ ଟଙ୍କା ଟ୍ରାନ୍ସଫର କରୁଥିଲେ ବୋଲି ଏସଟିଏଫ୍‌ ଜାଣିବାକୁ ପାଇଛି। ଅଭିଜିତ୍‌ ହ୍ବାଟ୍‌ସଆପ ମାଧ୍ୟମରେ ୭ ଜଣ ପାକିସ୍ତାନୀ ନାଗରିକ ଏବଂ ୧୦ ଜଣ ନାଇଜେରିଆ ନାଗରିକଙ୍କ ସହ ମଧ୍ୟ କଥା ହେଉଥିଲେ। ଅପରପକ୍ଷେ ଏହି ମାମଲାରେ ଅଭିଜିତଙ୍କୁ ମିଶାଇ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରୀତମ୍‌ କର ଓ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଞ୍ଚଳର ସରୋଜ କୁମାର ନାୟକଙ୍କ କ୍ରିପ୍ଟୋ ଟ୍ରେଡିଂରେ ଲିଙ୍କ୍‌ର ପ୍ରମାଣ ପାଇବା ପରେ ଉଭୟ ଅଭିଯୁକ୍ତଙ୍କ ଦୁଇଟି କ୍ରିପ୍ଟୋ ଆକାଉଣ୍ଟରେ ଥିବା ୧ କୋଟିରୁ ଅଧିକକsକକକ ବ୍ଲକ୍‌ କରାଯାଇଥିବା ଏସ୍‌ଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଡିଏଭି ମହାବିଦ୍ୟାଳୟର ତାଲା ପକାଇଲେ କର୍ମଚାରୀ

ଟିଟିଲାଗଡ଼,୨୯ା୩(ଶରତ ମିଶ୍ର): ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ ମହାବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଭିନ୍ନ ଦାବି ନେଇ ଶନିବାର ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି...

VRS ନେଲେ ସୁଜାତା କାର୍ତ୍ତିକେୟନ, ଆଗକୁ କ’ଣ କରିବେ?

ଭୁବନେଶ୍ୱର,୨୯।୩: ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର। IAS ଚାକିରିରୁ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ।

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଶିକୁଳାରେ ଦଣ୍ଡ ବାହାରିଲେ ମୁଣ୍ଡ ଗଡୁଛି, ପୁଣି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା

ପୁରୁଷୋତ୍ତମପୁର,୨୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଦଣ୍ଡଯାତ୍ରା ବାହାରିଲେ ମୁଣ୍ଡ ଗଡିବାରେ ଲାଗିଛି। ଏଠାରେ ଥିବା ଅପରାଧୀ ଗୋଷ୍ଠୀମାନେ ଯାତ୍ରା...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୧୬ ମାଓବାଦୀ ନିହତ

ମାଲକାନଗିରି,୨୯ା୩: ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।-ସୁକ୍‌ମା ଜିଲା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୯ା୩: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ଭୁବନେଶ୍ୱର ଜଳଯୋଗାଣ ଓ ସ୍ବରେଜ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ...

ବିଧାନସଭା ବାହାରେ ପୁଣି ଘଣ୍ଟ ପିଟିଲା କଂଗ୍ରେସ

ଭୁବନେଶ୍ୱର,୨୯।୩(ରବିନାରାୟଣ ଜେନା): ବିଧାନସଭା ଗୃହ ଭିତରେ ଘଣ୍ଟ ମାଡ଼କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବିତ ହେବା ପରେ ଶୁକ୍ରବାର ପୁଣି ବିଧାନସଭା ବାହାରେ ଘଣ୍ଟମାଡ଼ କରିଛନ୍ତିି।...

ମେଡିକାଲ ଶିକ୍ଷା ତାଲିମରେ ନିବେଶ କରାଯିବା ଉଚିତ

ମୟୂରଭଞ୍ଜ ଜିଲାର ଏକ ଛୋଟ ଗଁା ଧଙ୍ଗୁଡ଼ିଶୋଳରେ ଜନ୍ମିତ ଡ. ଲୋକନାଥ ଦାଶ ବର୍ତ୍ତମାନ କେୟାର ହସ୍ପିଟାଲର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ଭଳି ଗୁରୁଦାୟିତ୍ୱ ତୁଲାଉଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image