ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର

ଆନନ୍ଦପୁର,୧୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଭାଟସିରା ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ନାବାଳକ ପୁତୁରାଙ୍କ ଆକ୍ରମଣରେ ବଡ଼ ମା’ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଗୁରୁତର ବଡ ମା’ ହେଲେ ବୋଧିରାମ ଓଝାଙ୍କ ସ୍ତ୍ରୀ ପାଗିଳୀ (୫୨)।
ବୋଧିରାମଙ୍କ କହିବା ଅନୁଯାୟୀ, ତାଙ୍କ ଭାଇ ଓ ବୋଧିରାମଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବର୍ଷେ ତଳେ ମନୋମାଳିନ୍ୟ ହୋଇଥିଲା। ଏହି ଘଟଣା ସମାଧାନ ହୋଇଯାଇଥିବା ବେଳେ ପୂର୍ବାହ୍ନରେ ପୁତୁରା ଏକ କତା ସାହାଯ୍ୟରେ ପ୍ରଥମେ ଘର ବାହାରେ ରହିଥିବା ସାଇକେଲକୁ ହାଣିଥିଲେ। ପରେ ଘର ଭିତରକୁ ପ୍ରବେଶ କରି ସ୍ତ୍ରୀ ପାଗିଳୀଙ୍କୁ ଆକ୍ରମଣ କରିଥିଲେ। ପରିବାର ଲୋକଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।