ପୁତୁରା ହତ୍ୟାକାରୀଙ୍କୁ ଆଜୀବନ ଜେଲ

କେନ୍ଦୁଝର,୭।୨(ସ୍ବ.ପ୍ର.)-ଜଣେ ଯୁବକ ନିଜର ୭ ବର୍ଷର ପୁତୁରାକୁ ହତ୍ୟା କରିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଛନ୍ତି ା କେନ୍ଦୁଝର ଜିଲା ଦୌରାଜଜ ବେଣୁଧର ପାତ୍ର ଦୋଷୀ କୈଳାସ ମୁଣ୍ଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଜରିମାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଏହା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି ା
ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ମେ’୧୬ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟଗାଁ ବ୍ଲକ କୁମୁର କୈଳାସ ନିଜ ସମ୍ପକୀୟ ପୁତୁରାକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା (ନଂ.୭୨/ ୨୦୧୬) ରୁଜୁ କରି କୈଳାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ଉକ୍ତ ମାମଲାର ବିଚାର କରିବା ସହ ଉପରୋକ୍ତ ରାୟ ଶୁଣାଇଛନ୍ତି ା ଅନ୍ୟ ଏକ ଦଫାରେ ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ା ଜରିମାନା ଅନାଦେୟ ହେଲେ ଦୋଷୀ ଆଉ ୧ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବେ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ା