ପୁତ୍ର ସନ୍ତାନର ପିତା ହେଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡିମେଟ୍ରିଆଡିସ୍‌ଙ୍କ କୋଳକୁ ଆସିଛି ଏକ ପୁତ୍ର ସନ୍ତାନ। ଗୁରୁବାର ଏମାନେ ପୁତ୍ର ସନ୍ତାନର ମାତାପିତା ହୋଇଥିବା ଖବର ଜେପି ଦତ୍ତାଙ୍କ ଝିଅ ନିଧି ଦତ୍ତା ଟୁଇଟ୍‌ କରି ଜଣାଇଛନ୍ତି। ଏହାପରେ ଏହି ଦମ୍ପତିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଗାବ୍ରିଏଲାଙ୍କର ଏହା ପ୍ରଥମ ସନ୍ତାନ ହୋଇଥିବା ବେଳେ ଅର୍ଜୁନଙ୍କର ଏହା ତୃତୀୟ ସନ୍ତାନ। ପ୍ରଥମ ପତ୍ନୀ ତଥା ମଡେଲ ମେହର ଜେସିଆଙ୍କଠାରୁ ଅର୍ଜୁନଙ୍କର ମାହିକା ଓ ମାୟିରା ନାମକ ୨ଟି କନ୍ୟା ସନ୍ତାନ ଅଛନ୍ତି।

Share