Categories: ବାଣିଜ୍ୟ

ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଟିପିସି

ଭୁବନେଶ୍ୱର,୧୨-୫ : ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ପକ୍ଷରୁ ୫୦୦ କୁଶଳୀ ଶ୍ରମିକ ନିୟୋଜିତ ହୋଇଛନ୍ତି। ପ୍ରମୁଖ ସ୍ଥାନରେ ବିଜୁଳି ଯୋଗାଣ ସ୍ବାଭାବିକ କରିବା ଲାଗି କମ୍ପାନୀ ପକ୍ଷରୁ ତିନୋଟି ଡିଜିସେଟ ବ୍ୟବସ୍ଥା କରାଯାଇଛି। ଗଛ ତଥା ମଇଳା ଆବର୍ଜନା ସଫା କରିବା ଲାଗି ଏକ ୧୩ ଜଣିଆ ଦଳ କାର୍ଯ୍ୟ କରୁଛି। ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବା ଲାଗି କଣ୍ଡକ୍ଟର,ପୋଲ ଏବଂ ଇନସୁଲେଟର ବ୍ୟବସ୍ଥା କରାଯାଇଛି। ପୁରୀ ଏବଂ ଚନ୍ଦ୍ରଭାଗାଠାରେ ଏକ ଡାକ୍ତରୀ ଏବଂ ପାରାମେଡିକାଲ ଟିମ କାର୍ଯ୍ୟ କରୁଛନ୍ତି। ଶୁଦ୍ଧପାନୀୟ ଜଳ ଯୋଗାଣ ଦିଗରେ ଏହା ନିଜର ଯୋଗଦାନ ରଖିଥିବା କହିଛି।

Share