ପୁନରୁଦ୍ଧାର ହେଉନି କଣ୍ଡସରା ନାଳ: ଦୁର୍ଦ୍ଦଶାରେ ଚାଷୀ

ରସୁଲପୁର, ୧୧।୬(ଡି.ଏନ୍‌.ଏ.): କୃଷି ଓ କୃଷକର ଉନ୍ନତି ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ଏଥିଲାଗି ବିପୁଳ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଥିଲେ ବି କେତେକ ସ୍ଥାନରେ ଏହାର ଠିକ୍‌ ଭାବେ ବିନିଯୋଗ କରାଯାଉନି। ଏଥିଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ ଚାଷୀଙ୍କ ସମସ୍ୟା ବି ସୁଧୁରୁନି। ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି। ଚାଷ ଜମିରୁ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ଦୀର୍ଘ ୧୦ବର୍ଷ ହେବ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ରସୁଲପୁର ବ୍ଲକ ଅଧୀନ ଶ୍ରୀବନ୍ତପୁର ଓ ଜାବରା ପଞ୍ଚାୟତର ବରହମପୁର, ଭଗଭଗବନା, ଜେନାପୁର, ଭଣ୍ଡାରିପଡା, କାଣ୍ଡସରା, ବାର୍ଲାଙ୍ଗି, ବାଉଁଶଅଂଟା, ସାରଙ୍ଗପୁର, ଭଗିରଥପୁର, ଡାଆଁଣୀବର, ବାଗଡିଆଁ, ଦିଆନଚକ, ଶୁକଦେଇପୁର ଓ ମାନପୁର ଗ୍ରାମର ୧୦୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ପ୍ରାୟ ୭ଶହ ଏକର ଜମି ବରହମପୁର, ମରାଗାଡିଆ, କାଳିମାଗଡା, କାକୁଡିଆ ଆଦି ପାଟରେ ରହିଛି। କଣ୍ଡସରା ନାଳ ଦେଇ ସେହି ଚାଷଜମିରୁ ବର୍ଷାଜଳ ନିଷ୍କାସିତ ହୋଇଥାଏ। ଏଥିସହ ଗାଁ ଗଣ୍ଡା ଓ ଢ଼ିପ ଜମିରୁ ଆସୁଥିବା ବର୍ଷା ଜଳ ଏହି ନାଳ ଦେଇ ନିଷ୍କାସିତ ହୋଇ ଦୁଧେଇ କେନାଲରେ ପ୍ରବେଶ କରେ। କିନ୍ତୁ ନାଳ କ୍ରମଶଃ ପୋତି ହୋଇଗଲାଣି। ନାଳ ଭିତରେ ଗଛ, ଲତା ଓ ଦଳ ଭର୍ତ୍ତି ହୋଇଥିବା ବେଳେ ଏହାର ପୁନରୁଦ୍ଧାର କରାଯାଉନାହିଁ। ଏହାଛଡା ନାଳ ଉପରେ ନିର୍ମିତ କଲଭର୍ଟରେ ନିର୍ମାଣଗତ ତ୍ରୁଟି ଯୋଗୁ ନାଳ ସଙ୍କୁଚିତ ହୋଇଯିବା ସହ ସେହି ସ୍ଥାନରେ ବର୍ଷାଜଳ ଜମି ରହୁଛି। ଫଳରେ ଶହ ଶହ ଏକ ଚାଷଜମି ବର୍ଷା ପାଣିରେ ବୁଡ଼ି ରହୁଛି। ଖରିଫ ଋତୁରେ ଦୀର୍ଘ ମିଆଦି ଧାନ ବୁଣିବା ପରେ ବର୍ଷାଜଳରେ ଧାନ ଶସ୍ୟ ବୁଡ଼ି ରହୁଥିବାରୁ ତାହା ଅମଳ ହୋଇପାରୁନାହିଁ। ଢିପ ଜମିରେ କେବଳ ବିଆଳି ଧାନ ଚାଷ ହେଉଥିବା ବେଳେ ମାଟିର ଆଦ୍ରତା କମୁ ନ ଥିବାରୁ ରବି ଋତୁରେ ପନିପରିବା ଚାଷ ଓ ଲାଭଜନକ ଫସଲ ଭାବରେ ଜଣା ବାଦାମ ଆଦୌ ଚାଷ ହୋଇପାରୁନାହିଁ। ଏଥିଯୋଗୁ ପ୍ରତିବର୍ଷ ୪୦୦ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ପଡ଼ିଆ ପଡୁଛି। ଏ ନେଇ ଅନେକ ଥର ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳି ନ ଥିବା ଚାଷୀମାନେ କହିଛନ୍ତି। ନିର୍ବାଚନ ବେଳେ ନେତାମାନେ ଆସି ସମସ୍ୟା ବୁଝିବା ସହ ସମାଧାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ପରେ ଆଉ ସେମାନଙ୍କ ଦେଖା ମିଳେନି ବୋଲି ଦୁର୍ଯ୍ୟୋଧନ ସାମଲ, ଗଙ୍ଗାଧର ସାମଲ, ପଞ୍ଚାନନ ଜେନା, ଈଶ୍ୱର ସାମଲ, ନୀଳମଣି ସାମଲ, ସୂର୍ଯ୍ୟମଣୀ ସାମଲ, ଅରୁଣ ମଲିକ, ପ୍ରଫୁଲ ମିଲିକ, ପବିତ୍ର ନାୟକ, ଭାଗୀରଥି ମଲିକ, ଅଜୟ ମଲିକ, ଗୌରାଙ୍ଗ ସାମଲ, ବାବାଜୀ ମଲିକ, ବିଷ୍ଣୁ ସାମଲ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି। ରବି ଫସଲ ପୂର୍ବରୁ ଉକ୍ତ ନାଳର ପୁନରୁଦ୍ଧାର କାର୍ଯ୍ୟ ଶେଷ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏହା କରା ନ ଗଲେ ଚାଷୀମାନେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ

ଲହୁଣୀପଡ଼ା,୧୭ା୧୧(ଦାଶରଥି ପଣ୍ଡା): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ହାଟରୁ ସୁନା ବ୍ୟବସାୟୀଙ୍କଠାରୁ ସୁନା ଝାମ୍ପିନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଲହୁଣୀପଡ଼ା ଥାନାରେ ଅଭିଯୋଗ...

ମାଙ୍କଡ଼ ଆତଙ୍କ: ଗୋଟିଏ ଦିନରେ ମେଡିକାଲରେ ୧୫ ଭର୍ତ୍ତି

ହିଞ୍ଜିଳିକାଟୁ,୧୭।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ରବିବାର ଅପରାହ୍ନରେ ମାଙ୍କଡ ଆତଙ୍କ ଦେଖାଦେଇଛି । ମାଙ୍କଡ଼ କାମୁଡାରେ ଗ୍ରାମର ୧୫ରୁ ଊଦ୍ଦର୍‌ବ...

ବୈକୁଣ୍ଠଧାମ ନାବାଳକ ପୂଜା ପ୍ରସଙ୍ଗ: ବେଆଇନ ନିର୍ମାଣ ଥିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଜିଲାପାଳଙ୍କ ବଡ଼ ସୂଚନା

ଖୋର୍ଦ୍ଧା,୧୭।୧୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ...

୬୬୨ ବର୍ଗ ମହାବିଦ୍ୟାଳୟର ଆନ୍ଦୋଳନ ଚେତାବନୀ

କୋରାପୁଟ,୧୭ା୧୧(ଅମିତାଭ ବେହେରା): ନିଖିଳ ଓଡ଼ିଶା ୬୬୨ ବର୍ଗ (+୨ ଓ +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ କୋରାପୁଟ ଜିଲା ଶାଖା ପକ୍ଷରୁ ଏକ...

୨୮ ବାଇକ୍‌ ଚୋରି କରି ଜଙ୍ଗଲରେ ରଖିଥିଲେ, ଚଢ଼ାଉ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର୧୭ା୧୧(ପ୍ରମୋଦ ବହିଦାର): ଜଙ୍ଗଲ ମଧ୍ୟରେ ୨୮ ଚୋରା ବାଇକ୍‌କୁ ବିକ୍ରି ପାଇଁ ଲୁଚାଇ ରଖିଥିବାବେଳେ ଅଇଁଠାପାଲି ପୋଲିସ ଜବତ କରିଛି। ସମ୍ବଲପୁର ଜିଲା ଯୁଯୁମୁରା ଥାନା...

ଲକ୍ଷ୍ମୀ ବସ୍‌ର ମନମାନିକୁ ଚ୍ୟାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ୍‌ ମାଲିକ ସଂଘ

ପୁରୁଷୋତ୍ତମପୁର,୧୭ା୧୧(ସୀମାଞ୍ଚଳ ମିଶ୍ର): ଲକ୍ଷ୍ମୀ ବସ୍‌ ମନୋମୁଖୀ ଚଳାଚଳ କରୁଥିବାର ଅଭିଯୋଗ କରି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଯଦ୍ବାରା ଆସନ୍ତା ୨୦...

ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲିଥିବାବେଳେ ୭ ଲକ୍ଷ ଟଙ୍କାର ତାର ଚୋରି କରିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ,୧୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଓଡିଏସ୍‌ଏସ୍‌ପି-୪ ଯୋଜନାରେ ଗଣ୍ଡଳା ଗ୍ରାମରୁ ଶାସନଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ବିଦ୍ୟୁତତାର ସଂଯୋଗ କାର୍ଯ୍ୟ ଚାଲିଛି।...

ବିଦ୍ୟାଳୟ ପରିସରରୁ ଦୁର୍ବୃତ୍ତ କାଟିନେଲେ ଚନ୍ଦନ ଗଛ

ପାଟଣା,୧୭ା୧୧(ବୀରକିଶୋର ଦାସ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସର୍ବପୁରାତନ ଗୋପୀନାଥ ନାରାୟଣ ଉଚ୍ଚବିଦ୍ୟାଳୟ ପରିସରରୁ ଶନିବାର ବିଳମ୍ବିତ ରାତିରେ ଚନ୍ଦନକାଠ ମାଫିଆ ୧୨ବର୍ଷ ପୁରୁଣା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri