ପୁନରୁଦ୍ଧାର ହେଉନି, କୂଅରେ ଆବର୍ଜନା ଭର୍ତ୍ତି

ଜଟଣୀ,୧୧ା୧(ଡି.ଏନ.ଏ): ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୪ନଂ. ଓ୍ବାର୍ଡ ବିବେକାନନ୍ଦ ସାହିରେ ଥିବା କୂଅ ଏବେ ଆବର୍ଜନାରେ ଭର୍ତ୍ତି ରହିଛି। କୂଅକୁ ପୁନରୁଦ୍ଧାର କରାଯାଉନାହିଁ। ଫଳରେ ପ୍ରାୟ ୪୦ବର୍ଷ ପୁରୁଣା ଏହି କୂଅ ଅଞ୍ଚଳବାସୀଙ୍କ ବ୍ୟବହାରରେ ଲାଗି ପାରୁନାହିଁ। ଏହି କୂଅ ଉପରେ ବିବେକାନନ୍ଦ ସାହି ସମେତ ମାଛ ମାର୍କେଟ୍‌, ପରିବା ମାର୍କେଟ୍‌ ଏବଂ ବଡ଼ବଜାର ଅଞ୍ଚଳର ଶତାଧିକ ଲୋକ ନିର୍ଭର କରିଥାନ୍ତି। ହେଲେ ପ୍ରଶାସନ ପକ୍ଷରୁ ଦୀର୍ଘବର୍ଷ କୂଅକୁ ସଫା କରାଯାଉ ନ ଥିବା ଯୋଗୁ ପାଣି ଦୂଷିତ ହୋଇଗଲାଣି। ଅଳିଆ ଆବର୍ଜନାରେ କୂଅ ଭରି ରହିଛି। କୂଅ ଉପରେ ଜାଲି କିମ୍ବା ଗ୍ରୀଲ ବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଜଣେ କିମ୍ବା ଦୁଇଜଣ ଏହା ଭିତରେ ପଡ଼ି ମୃତ୍ୟୁବରଣ କରୁଛନ୍ତି। ମୁକୁଳା ଥିବାରୁ କୁକୁର, ବିଲେଇ ଓ ଅନ୍ୟ ପଶୁପକ୍ଷୀ ପଡ଼ି ମରୁଥିବା ମଧ୍ୟ ନଜିର ରହିଛି। ସର୍ବସାଧାରଣଙ୍କ ବ୍ୟବହାର ପାଇଁ ରହିଥିବା ଏହି କୂଅ ପ୍ରତି ମ୍ୟୁନିସିପାଲ୍‌ଟି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପରିବା ଓ ମାଛମାର୍କେଟ କମିଟିର ପୂର୍ବତନ ସଭାପତି ବଳଦେବ ସାହୁ କୁହନ୍ତି, ଏ ନେଇ ବାରମ୍ବାର ପୌରପାଳିକାକୁ ଅବଗତ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନି। କୂଅରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିବା ସହ ଏହି ଚାରିଦିନ ହେବ ଗୋଟିଏ କୁକୁର ପଡ଼ି ପାଣିରେ ଭାସୁଛି। ମାର୍କେଟ ପକ୍ଷରୁ ପଡ଼ିଯାଉଥିବା ଜୀବଜନ୍ତୁଙ୍କୁ ବାହାର କରିବା ବ୍ୟବସ୍ଥା କରାଯାଉଛି। ପଡ଼ିଯାଉଥିବା ମଣିଷଙ୍କୁ ଦମକଳ କେନ୍ଦ୍ରର କର୍ମଚାରୀମାନେ ବାହାର କରୁଛନ୍ତି ବୋଲି ସେ କହିଥିଲେ। ଜଟଣୀ ବଜରଙ୍ଗୀ ସେବା ସଂଘର ସଭାପତି ପ୍ରଶାନ୍ତ ସାହୁ କୁହନ୍ତି, ଏହି କୂଅ ସମେତ ମ୍ୟୁନିସିପାଲିଟି ଅଧୀନରେ ଥିବା ଅନ୍ୟ କେତେକ କୂଅ ଅବସ୍ଥା ଏହିପରି ରହିଛି। ଏନେଇ ଶନିବାର ନିର୍ବାହୀ ଅଧିକାରୀଙ୍କୁ ସଂଘ ପକ୍ଷରୁ ଲିଖିତ ଭାବେ ଅବଗତ କରାଯିବ। ୧୫ ଦିନ ମଧ୍ୟରେ କୌଣସି ପ୍ରତିକାର ନ ହେଲେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସିପାଲ୍

ନୟାଗଡ଼,୨୬।୧୧: ଦରମା ରିଲିଜ୍ କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ପ୍ରିନ୍ସିପାଲ୍। ନୟାଗଡ ଜିଲା ବାହାଡ଼ାଝୋଲା ଦଧିବାମନଜୀଉ କଲେଜ ପ୍ରିନ୍ସିପାଲ୍ ନଳିନୀ ରଞ୍ଜନ ଭୂୟାଁ...

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ : ଫଟୋ ଭାଇରାଲ କରି ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୬ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗାଁର ଦଶମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ସବୁବେଳେ ପିଛା କରି ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ...

ଦାରିଙ୍ଗବାଡିରେ ଷ୍ଟ୍ରବେରୀ ଚାଷ ସମ୍ପର୍କିତ ଶିକ୍ଷା ହାସଲ କଲେ ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଧନ୍ଦାମୂଳକ ଯୁକ୍ତ ୨ ଛାତ୍ରୀଛାତ୍ର ଚାଷ ସମ୍ପର୍କିତ ଶିକ୍ଷା ପ୍ରାପ୍ତ...

ତ୍ୱରାନ୍ୱିତ ହେଲା ଧାନ ସଂଗ୍ରହ ପ୍ରକ୍ରିୟା: ପୂର୍ବ ବର୍ଷ ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର,୨୬।୧୧: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଧାନ ସଂଗ୍ରହରେ ପୂର୍ବପେକ୍ଷା ସ୍ୱଚ୍ଛତା ଗ୍ରହଣ କରାଯିବା ସହ ଚାଷୀମାନଙ୍କୁ...

ସ୍ତ୍ରୀଙ୍କୁ ପ୍ରତାରଣା କରି ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ସ୍ଵାମୀଙ୍କ ନାଁ ରେ ଏତଲା

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କୁ ତାଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି...

ଆଉ ୬ ମାସ ଛୁଟିରେ ଯାଇଥାନ୍ତେ ସୁଜାତା କାର୍ତ୍ତିକେୟନ: ମୋହନ ସିଧା କହିଲେ…

ଭୁବନେଶ୍ୱର, ୨୬।୧୧: ୨୦୦୦ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ଚର୍ଚ୍ଚା ଚାଲି ଥିବାବେଳେ ତାଙ୍କୁ ବଡ଼ ଝଟ୍‌କା...

ଅନାଥ ପିଲାମାନଙ୍କୁ ପୋଷ୍ୟ ସନ୍ତାନ କରିବେ ଓଡ଼ିଶା ବିଧାୟକ, ମନ୍ତ୍ରୀ!

ଭୁବନେଶ୍ୱର,୨୬।୧୧: ଓଡ଼ିଶାରେ ଅନାଥ ପିଲାମାନଙ୍କର ଜୀବନକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଏହି ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ବିଧାୟକମାନଙ୍କୁ ଆହ୍ୱାନ କରାଯିବ ବୋଲି ମଙ୍ଗଳବାର...

ଚିନ୍ତାଜନକ ସ୍ଥିତିରେ ହାତୀ-ମଣିଷ କଳି; ୩ ବର୍ଷରେ ଜୀବନ ହରାଇଛନ୍ତି ୬୬୮ ଲୋକ

ଭୁବନେଶ୍ୱର,୨୬।୧୧: ଦିନକୁ ଦିନ ଓଡ଼ିଶାରେ ହାତୀ ଏବଂ ଲୋକମାନଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଫଳରେ ହାତୀ ଆକ୍ରମଣରେ ଜନଜୀବନ କ୍ଷୟକ୍ଷତି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri