ଯୋଡ଼ା, ୫।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକା ଅନ୍ତର୍ଗତ ୧୧ ନଂ ଓ୍ବାର୍ଡ କମାରଯୋଡା ବାଂଶପାଣିଠାରେ ଠାରେ ଥିବା କମାରଯୋଡା ପୋଖରୀର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର କମାରଯୋଡାଠାରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଡା ସହରାଞ୍ଚଳର କମାରଯୋଡାଠାରେ ଥିବା ସର୍ବପୁରାତନ ପୋଖରୀର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପ୍ରକାଶଯୋଗ୍ୟକି, ପ୍ରାୟ ୧୬ ଏକର ପରିମିତ ଏହି ପୋଖରିଟି ପ୍ରାୟ ୫୫ ବର୍ଷ ହେବ ରହିଅଛି। ଏହା ଉପରେ ସହରର ୭ ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ଏହି ପୋଖରୀର କେତେକ ସ୍ଥାନରେ ପ୍ରାକୃତିକ ଜଳସ୍ରୋତର ଝର ରହିଛି। ପୋଖରୀରେ ଜଳ ପୁରିଗଲେ ଏହାର ଜଳ ଏକ ଗେଟ୍ ଦେଇ ନାଳ ରୂପରେ ପ୍ରବାହିତ ହୋଇ ଏହାର ଜଳ ସହରର ୬, ୮ ଓ ୯ ନଂ ଓ୍ବାର୍ଡରେ ଜଳ ଅଭାବକୁ ଦୂର କରୁଥିଲା। ଏହି ନାଳ ଉପରେ ଭରସା କରି ପୂର୍ବେ ଭୂୟାଁ ବସ୍ତିର ଲୋକମାନେ ଧାନ ଚାଷ, ପରିବା ଚାଷ କରି ନିଜର ଜିବୀକା ନିର୍ବାହ କରୁଥିଲେ। ଏହି ପୋଖରୀ ନିକଟକୁ ଲାଗି ବାଂଶପାଣି ରେଳ ସାଇଡିଂ ରହିଛି। ଏହି ରେଳ ସାଇଡିଂରେ ହଜାର ହଜାର ଟନ୍ ଲୁହାପଥର ଗୁଣ୍ଡ ଗଛିତ ହୋଇ ରହୁଥିଲା ା ଫଳରେ ବର୍ଷା ଦିନରେ ଏହି ଲୁହାପଥର ଗୁଣ୍ଡ ଧୋଇ ହୋଇ ପୋଖରୀରେ ମିଶି ଏହାକୁ ସଙ୍କୁଚିତ କରିଦେଇଛି। ପ୍ରାକୃତିକ ଝରରୁ ପଙ୍କ ଉଦ୍ଧାର ନ ହେବାରୁ ଝର ସ୍ରୋତ ଧୀରେ ଧୀରେ କମିବାରେ ଲାଗିଲା ଓ ପ୍ରବାହିତ ନାଳ ଶୁଷ୍କ ହେଲା ା ପୋଖରୀର ପାଣି ନିଷ୍କାସିତ ନହୋଇ ପଙ୍କ ଜମି ଧୀରେ ଧୀରେ ଏହା ଦୂଷିତ ହେଲା। ଏହା ସହିତ ସ୍ଥାନୀୟ ଲୋକେ ଗାଧୋଇବା, ଲୁଗାସଫା ଏବଂ ପଶୁପକ୍ଷୀମାନଙ୍କ ଦ୍ୱାରା ପୋଖରୀର ଜଳ ଦୂଷିତ ହେଲା ା ଫଳରେ ପୋଖରୀର ଜଳ ବ୍ୟବହାର ଅନୁପଯୋଗୀ ହେଲା। ସ୍ଥାନୀୟ ଲୋକେ ଏହାର ପୁନରୁଦ୍ଧାର ପାଇଁ ଦୀର୍ଘ ବର୍ଷରୁ ପୌରପାଳିକାକୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଧରିତ୍ରୀରେ ଅନେକ ଥର ଖବର ପରିବେଷଣ ହୋଇଆସିଛି। ଗତ ତା୨୭।୪।୨୦୧୭ ରିଖରେ ଶୀର୍ଷକ ‘୧୬ ଏକର ବନ୍ଧ ଏବେ ୫ ଏକର’ ଖବର ପ୍ରକାଶିତ ହୋଇଥିଲା ା ଏହାପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଧରିତ୍ରୀରେ ପ୍ରକାଶିତ ଏହି ଖବରର ପ୍ରଭାବ ପଡିଥିଲା ା ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ପୋଖରୀର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକା ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ସରକାରଙ୍କ ଗୃହ କମିଟି, ସହରାଞ୍ଚଳ ଉନ୍ନୟନ ବିଭାଗ ଓ ଓଡିଶା ମାଇନିଂ ବିୟରିଂ ଏରିଆ ଡେଭେଲପମେଣ୍ଟ ସୋସାଇଟି(ଓମବାଡିସି) ଅନୁଦାନରୁ ୬.୩୧ କୋଟି ଟଙ୍କା ଅର୍ଥ ବ୍ୟୟରେ ଏହାର ପୁନରୁଦ୍ଧାର ପାଇଁ ଯୋଡା ପୌରପାଳିକାକୁ ନିର୍ଦ୍ଦେଶ ହୋଇଥିବା ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଯର୍ୟମଣୀ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି। ଏହାକୁ ଇ-ଟେଣ୍ଡର ମାଧ୍ୟମରେ ୧୧ ମାସ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ା
Posted inଆମ ଜିଲା ଖବର, କେନ୍ଦୁଝର View All
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା…
ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...
ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍ ଜରିଆରେ ଜାଣିହେବ ଗତିବିଧି
ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...
Archives


