Categories: ଜାତୀୟ

ପୁନର୍ବିଚାର ଆବେଦନ କରିବ ନାହିଁ ସୁନ୍ନୀ ଓ୍ବାକଫ୍‌ ବୋର୍ଡ: ମସଜିଦ୍‌ ଜମି ନେଇ ଏବେ ହେବନି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୧୧: ଅଯୋଧ୍ୟା ମାମଲାରେ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ପକ୍ଷରୁ ପୁନର୍ବିଚାର ଆବେଦନ କରାଯିବ ନାହିଁ। ସେହିପରି ଏବେ ମସଜିଦ୍‌ ଜମି ନେଇ କୌଣସି ଚର୍ଚ୍ଚା କରାଯିବ ନାହିଁ। ମଙ୍ଗଳବାର ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଉପସ୍ଥିତ ୭ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ପୁନର୍ବିଚାର ପାଇଁ ସହମତି ପ୍ରକାଶ କରି ନ ଥିଲେ। ବୈଠକରେ ଯୋଗଦେଇଥିବା ଅବଦୁଲ୍‌ ରଜାକ ପୁନର୍ବିଚାର ଲାଗି ମତ ଦେଇଥିଲେ। ତେବେ ଅନ୍ୟମାନେ ଏଥିରେ ଅମଙ୍ଗ ହୋଇଥିଲେ। ସେହିପରି ମସଜିଦ୍‌ ପାଇଁ ପ୍ରସ୍ତାବିତ ଜମି ଉପରେ କୌଣସି ଆଲୋଚନା କରିବାକୁ ସଦସ୍ୟମାନେ ମନା କରିଛନ୍ତି। ସରକାରଙ୍କ ପକ୍ଷରୁ ଏଥି ଲାଗି ପଦକ୍ଷେପ ନିଆଗଲେ ଏନେଇ ଚର୍ଚ୍ଚା ହେବ ବୋଲି ସଦସ୍ୟମାନେ କହିଛନ୍ତି।

Share