ପୁରନା ବଁଧ୍‌କଟାର ପୁନଃରୁଧାର ଦାବି

ଅତାବିରା, ୪।୬ (ଡି.ଏନ.ଏ.):
କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌ ଲୁକ୍‌କର ଲାଗି ପିଇଲା ପାଏନ୍‌ର ବେବସ୍‌ତା କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଗଁାଗଁଲିରେ ଥିବାର ପୁରାତନ ବଁଧ୍‌କଟାର ପୁନଃରୁଧାର ନାଇଁ କରାଯିବାର। ଯେନ୍‌ଥିରଲାଗି ଇ ପୁରାତନ୍‌ ବଁଧ୍‌କଟାମାନ ମାଏଟ୍‌ କାମ୍‌ ଅଭାବୁ ଦିନୁଦିନ୍‌କେ ତୁପି ହେଇଯାଉଛେ। ଆଗ୍‌ରୁ ଲୋକ୍‌ ବଁଧ୍‌କଟା ଉପରେ ନିରଭର କରି ଚାଷ୍‌ କରୁଥିଲେ। ଏହେଦେ ଦେଖ୍‌ଭାଲ ଆର ବିଭାଗୀୟ ଅଧ୍‌କାରୀମାନକର ଅବହେଲା ଲାଗି ଅନେକ ଜାଗାରେ ପୁରାତନ୍‌ ବଁଧ୍‌କଟାମାନ ତୁପି ହେଇଗଲାନ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଦେଶଭଟିଲି-ବିଶିପାଲି ରାସ୍‌ତା ତରେ ଥିବାର ବଡ଼କଟାରେ। ଦିନ୍‌ ଥିଲା ୧୬ ଏକର ଜାଗାରେ ଫଏଲି କରିଥିଲା ଇ କଟା। ହେଲେ ଏହେଦେ କଟାର ବଡ଼ଭାଗି ଜାଗା ଜବରଦଖଲରେ ରହିଥିଲାବେଲେ ୧ ଏକର ମଝି ଜାଗାରେ ପାଏନ୍‌ ରହିଛେ। ଯେନ୍‌ଥିରଲାଗି ଅଂଚଲର ଚାଷୀ ଜଲସେଚନ ସୁବିଧାରୁ ବଁଚିତ ହେଉଛନ୍‌। ଆଗ୍‌ରୁ ଅଂଚଲର ଚାଷୀ ଇ କଟାର ପାଏନ୍‌ ଉପରେ ନିରଭର କରୁଥିଲେ। ହେଲେ ଜବରଦଖଲ ସଂଗେ ଦେଖଭାଲ ଅଭାବୁ କଟା ଦିନୁଦିନ୍‌କେ ତୁପିହେଇ ଯାଉଛେ। ଯେନ୍‌ଥିରଲାଗି ଆଘର ଲେଖେଁ କଟାରେ ପାଏନ୍‌ ବି ନାଇଁ ରହିବାର। ଜିଲା ପରଶାସନ ଇ କଟାର ପୁନଃରୁଧାର କଲେ ଅଣଜଲସେଚିତ ଅଂଚଲର ପାଖାପାଖି ୨ଶହ ଏକର ଜମିରେ ଦୁଇଫସଲି ଚାଷ୍‌ ହେଇପାରତା ବଲି ଚାଷୀ ବୃନ୍ଦାବନ ପଣ୍ଡା କହିଛନ୍‌। ସେନ୍‌ତା ଇଥ୍‌ରେ ଶତାଧିକ ଚାଷୀ ଉପକାର ପାଏବାର ସଂଗେ ଖରାଦିନେ ଅଂଚଲବାସୀ ଗଧାବୁଡ଼ା କରବାର ଲାଗି ପାଏନ୍‌ ଟିକେ ପାଏତେ ବଲି ସେ କହିଛନ୍‌। ଦେଶଭଟିଲିର ବଡ଼କଟା ଲେଖେଁ ପଁଚେତ୍‌ର ଲନ୍ଦୁ ବଁଧ୍‌, ଦେଶପଥର୍ଲା ବଁଧ୍‌, ଉଦେପୁର ଗଁାର ମୁଣ୍ଡା ବଁଧ୍‌, ଲଖରା ବଁଧ୍‌, ଅତାବିରା ବ୍ଲକ ବୁଗବୁଗା ୧୫୦ ଏକରର ବାବୁରକଟା, ବୁଗବୁଗା ନୂଅଁାବଁଧ୍‌, ଉପର କଟା ଲେଖେଁ ଶହ ଶହ ପୁରନା ବଁଧ୍‌ ଦେଖ୍‌ଭାଲ ଆର ମରାମତି ଅଭାବୁ ତୁପି ହେବାକେ ବସ୍‌ଲାନ। ଇଥିରଲାଗି ଅଂଚଲବାସୀ ଖରାଦିନେ ବଡ଼ଭାରି ପାଏନ୍‌ ସମସିଆର ସାମ୍‌ନା କରୁଥିବାର ଦେଖ୍‌ବାକେ ମିଲୁଛେ। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପୁରାତନ ବଁଧ୍‌କଟାର ପୁନଃରୁଧାର ଦିଗେ ପଦକ୍ଷେପ ନେବାକେ ଚାଷୀ ମହଲରେ ଦାବି ହେଉଛେ। ଇ ବାବ୍‌ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକ ଆର ଅତାବିରା ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଅଂଚଲର ପୁରାତନ ବଁଧ୍‌କଟାର ପୁନଃରୁଧାର ଲାଗି ପଦକ୍ଷେପ ନିଆଯିବା ବଲି ଉଭଏ କହିଥିଲେ।