Categories: ମେଟ୍ରୋ

‘ପୁରାତନ ଛାତ୍ର ବର୍ତ୍ତମାନର ଛାତ୍ର ସମାଜକୁ ନୀତି ଶିକ୍ଷା ଦିଅନ୍ତୁ’

ଭୁବନେଶ୍ୱର, ,୨୪ା୨((ବ୍ୟୁରୋ): ୟୁନିଟ୍‌-୬ ସରକାରୀ ବିଦ୍ୟାଳୟର ଆଲୁମ୍‌ନି ମିଟ୍‌ ଓ ବିଦ୍ୟାଳୟର ବିଜ୍ଞାନାଗାର ଉଦ୍‌ଘାଟନୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରୀଛାତ୍ରଙ୍କୁ ସାମାଜିକ ସଂସ୍କାରଭିତ୍ତିିକ ଦୀକ୍ଷା ଓ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଜ୍ଞାନ ବାଣ୍ଟିବାର ଆବଶ୍ୟତକା ରହିଛି। ତେଣୁ ପୁରାତନ ଛାତ୍ରମାନେ ବର୍ତ୍ତମାନର ଛାତ୍ର ସମାଜକୁ ନୀତି ଶିକ୍ଷା ଦିଅନ୍ତୁ ବୋଲି ପୁନିଆ କହିଛନ୍ତି। ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ସ୍ବତନ୍ତ୍ର ପୋଲିସ ଡିଜିପି ଇଣ୍ଟେଲିଜେନ୍ସ ସତ୍ୟଜିତ୍‌ ମହାନ୍ତି, ବିଇଓ ସସ୍ମିତା ମାଳୀ, ଆନୁମ୍‌ନି ଟ୍ରଷ୍ଟ ଅଧ୍ୟକ୍ଷ ଲିଙ୍ଗରାଜ ମହାପାତ୍ର, ମ୍ୟାନେଜିଂ ଟ୍ରଷ୍ଟି ମହେନ୍ଦ୍ର ନାୟକ, ପ୍ରଧାନ ଶିକ୍ଷକ ମଧୁସୂଦନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ‘ମୋ ସ୍କୁଲ’ ଯୋଜନାରେ ୬ ଲକ୍ଷ ବ୍ୟୟରେ ହୋଇଥିବା ବିଦ୍ୟାଳୟର ବିଜ୍ଞାନାଗାରକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ।

Share