ପୁରୀକୁ ବସ୍‌, ଯାତ୍ରୀବାହୀ ଟ୍ରେନ୍‌ ସେବା ବାତିଲ

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ପୁରୀରେ ମଙ୍ଗଳବାର ଶ୍ରୀଜୀଉଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ରାତି ୯ଟାରୁ ୨୪ ତାରିଖ ମଧ୍ୟାହ୍ନ ୨ଟା ଯାଏ ପୁରୀ ସହରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ପୁରୀକୁ ସମସ୍ତ ବସ୍‌ ଓ ଯାତ୍ରୀବାହୀ ଟ୍ରେନ ସେବାକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କେବଳ ସରକାରୀ , ପୋଲିସ ଏବଂ ଜରୁରିକାଳୀନ ସେବା ଯୋଗାଉଥିବା ଯାନ ବ୍ୟତୀତ ଅନ୍ୟ ସମସ୍ତ ଯାନ ଉପରେ କଟକଣା ଜାରି କରାଯାଇଛି।

Share