ପୁରୀରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ଛୁଇଁଲା

ପୁରୀ ଅଫିସ,୨।୬: ପୁରୀ ଜିଲାରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏହି ୫ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୪୮ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୪୮ଜଣ ଚିକିତ୍ସାଧିନ ଅଛନ୍ତି। ତେବେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ପୁରୀ ଜିଲା ଖୁବ୍‌ ଶୀଘ୍ର ଶତକ ଛୁଇଁବ ବୋଳି କୁହାଯାଉଛି।

Share