ପୁରୀରୁ ପୁଣି ୧୬କରୋନା ପଜିଟଭ୍‌ ଚିହ୍ନଟ: ଜିଲାରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ ଅଫିସ,୧୮।୬: ପୁରୀ ଜିଲାରୁ ଗୁରୁବାର ପୁଣି ୧୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ଦ୍ବିଶତକ ପାର କରିଛି। ନୂଆ ଚିହ୍ନଟ ହୋଇଥିବା ୧୬ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ନୂଆ ଚିହ୍ନଟଙ୍କ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦୩ସୁସ୍ଥ ହୋଇଥିଲା ବେଳେ ୧୦୧ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ କିଛି ଦିନ ହେବ ଜିଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଗତ ୧୧ଦିନରେ ୧୦୩କରୋନା ପଜିଟିଭ ଚିହ୍ନଟ ହେବା ଜିଲାବାସୀଙ୍କ ସହ ପ୍ରଶାସନର ଏବେ ଚିନ୍ତା ବଢାଇଛି।

Share