ପୁରୀ ଅଫିସ,୪ା୬: ପୁରୀ ଜିଲାରୁ ଗୁରୁବାର ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୮୧ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ଜଣ ଚିକିତ୍ସିତ ହେଉଛନ୍ତି। ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ଦିଆଯାଇନାହିଁ। ତେବେ ଗତ ଦୁଇଦିନରେ ଜିଲାରୁ ୩୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ଦୁଇଜଣ ଚିହ୍ନଟ ହୋଇଛନ୍ତି।