ପୁରୀ ଅଫିସ,୧୧ା୬: ପୁରୀରୁ ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୯୨ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ଆଜି ଚିହ୍ନଟ ୩ ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ତେବେ ସମସ୍ତେ ସଙ୍ଗରୋଧରେ ଥିବା କୁହାଯାଉଛି। କିଛିଦିନ ଧରି ଜିଲାର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତ ୪ଦିନରେ ୧୭ ପଜିଟିଭ୍ ଚିହ୍ନଟ ହେଲେଣି। କିନ୍ତୁ ଜିଲାରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ହାର ଭଲ ରହିଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ପୁରୀ