ପୁରୀରୁ ୪ ଆକ୍ରାନ୍ତ ଚିହ୍ନଟ: ଜିଲାରେ କରୋନା ପଜିଟିଭ ସଂଖ୍ୟା ୮୫ରେ ପହଞ୍ଚିଲା

ପୁରୀ ଅଫିସ, ୨୬ା୫: ପୁରୀ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାର କରୋନା ପଜିଟିଭ ସଂଖ୍ୟା ୮୫ରେ ପହଞ୍ଚିଛି। ଏଥିମଧ୍ୟରୁ ୧୪ଜଣ ସୁସ୍ଥ ହୋଇଥିବା ବେଳେ ୭୧ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଗତ ୧୬ ଦିନରେ ଜିଲାରୁ ୮୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତମାନେ କ୍ୱାରାଣ୍ଟାଇନ ସେଣ୍ଟରର ବୋଲି ଜଣାପଡ଼ିଛି।

Share