ପୁରୀରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଦିବାନା ବେହେରା ଗୁରୁତର; ପାଲଟା ଆକ୍ରମଣରେ ପୋଲିସ ଆହତ

ପୁରୀ ଅଫିସ,୨୫।୮: ପୁରୀ ଜିଲା କୁମ୍ଭାରପଡ଼ା ଥାନା ଅଧୀନ ଆଶ୍ରମ ଛକରେ ଶନିବାର ବିଳମ୍ବିତ ରାତିରେ କୁମ୍ଭାରପଡା ଓ ବାସେଳି ସାହି ଥାନା ପୋଲିସ ପକ୍ଷରୁ ମିଳିତ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଏକାଧିକ ମାମଲାରେ ଜଡିତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଗୋଖା ସାହିର ଦିବାନା ବେହେରା ପୋଲିସ ଗୁଳିରେ ଆହତ ହୋଇଛନ୍ତି। ଗୁଳି ତାଙ୍କ ଡାହାଣ ଆଣ୍ଠୁ ତଳେ ବାଜିଥିବା ବେଳେ ତାଙ୍କୁ ପ୍ରଥମେ ପୁରୀ ସଦର ଚିକିତ୍ସାଳୟ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ତାଙ୍କ ନିକଟରୁ ଏକ ବାଇକ, ୯ ଏମ୍‌ଏମ୍‌ ପିସ୍ତଲ, ଖୋକା ଜବତ କରିଛି। ପାଲଟା ଆକ୍ରମଣରେ ବାସେଳି ସାହି ଥାନା ପୋଲିସ ଜୀବନାନନ୍ଦ ଜେନା ଆହତ ହୋଇଛନ୍ତି। ଦିବାନା ବାସେଳି ସାହି ଥାନାରେ ରୁଜୁ ହୋଇଥିବା ଏକ ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ଜଣାପଡ଼ିଛି।

Share