ପୁରୀରେ ନାବାଳିକା କରୋନା ସନ୍ଦିଗ୍ଧ

ପୁରୀ ଅଫିସ,୧୪।୩: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପୁରୀରେ ଜଣେ ବିଦେଶୀ ନାବାଳିକା ଶନିବାର କରୋନା ସନ୍ଦିଗ୍ଧଭାବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯୁରୋପର ଲିଥୁଆନିଆରୁ ପୁରୀ ବୁଲିବାକୁ ଆସିଥିବା ଏହି ନାବାଳିକା ଜଣକ ଥଣ୍ଡାରେ ଆକ୍ରାନ୍ତ ହେବା ପରେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି। ନାବାଳିକାଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ ତାଙ୍କ ସହ ଅନ୍ୟ ଦୁଇଜଣ ମହିଳା ଆସିଛନ୍ତି।