ପୁରୀ ଅଫିସ,୨୦।୫: ପୁରୀରେ ପୁଣି ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ଏଥି ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ୪୩ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ସମସ୍ତେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିବା ସୂଚନା ମିଳିଛି। ଜିଲାର ବ୍ରହ୍ମଗିରି ବ୍ଲକରେ ପ୍ରଥମ କରି କରୋନା ଛୁଇଁଥିବା ସୂଚନା ମିଳିଛି। ତେବେ ୧୧ ଦିନରେ ୪୪ ଆକ୍ରାନ୍ତ ଚିହ୍ନଟ ହେବା ଜିଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।