ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୩୦।୩: ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ତୃତୀୟ ପର୍ଯ୍ୟାୟ ରଥ କାଠ ସୋମବାର ପୁରୀରେ ପହଞ୍ଚିଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ଆସିଥିବା ଏହି କାଠ ମଧ୍ୟରେ ୨୦ ଫୁଟିଆ ଧଉଡ଼ା ଓ ଅସନ କାଠ ୧୫ ଖଣ୍ଡ, ୧୨ ଫୁଟିଆ ୬ଖଣ୍ଡ କାଠ ଆସିଛି। ଆସନ୍ତା ଏପ୍ରିଲ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟାରେ ତିନି ରଥ ନିର୍ମାଣ କାମ ଅନୁକୂଳ କରାଯିବ। ମାତ୍ର କରୋନା ଯୋଗୁ ଏଥର ରଥଯାତ୍ରାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

Share