ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୫।୧: ପୁରୀରେ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୋଇଛି। ଶନିବାର ପ୍ରଥମ ପର୍ଯ୍ୟାୟ ରଥକାଠ ନୟାଗଡ଼ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି। ଦୁଇଟି ଟ୍ରକ୍‌ରେ ସମୁଦାୟ ୫୩ ଖଣ୍ଡ କାଠ ଆସିଥିବା ଜଣାପଡ଼ିଛି। ଏଥିରେ ୨୦ ଫୁଟିଆ ଅସନ ୧୯ ଖଣ୍ଡ, ୧୨ ଫୁଟିଆ ଧଉରା ଓ ଅସନ ୩୪ ଖଣ୍ଡ କାଠ ରହିଛି। ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ୧୯୩ ଖଣ୍ଡ ବଳକା ରହିଛି। ଏଣୁ ଚଳିତ ବର୍ଷ ୬୭୨ ଖଣ୍ଡ ରଥକାଠ ଆବଶ୍ୟକ ରହିଛି । ଏହା ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସିବ ବୋଲି ସୂଚନା ମିଳିଛି। ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଛି।

Share