ପୁରୀରେ ପୁଣି ଆରମ୍ଭ ହେଲା ଉଚ୍ଛେଦ

ପୁରୀ ଅଫିସ,୭।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଗତମାସ ୨୧ ତାରିଖରେ ଭିତର ସେବାୟତ ନିଯୋଗ କୋଠା ଭଙ୍ଗା ସରିବା ପରେ ଉଚ୍ଛେଦ କାର୍ଯ୍ୟକୁ ପ୍ରଶାସନ ବନ୍ଦ ରଖିଥିଲା। ନୂଆବର୍ଷ ଥିବାରୁ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ମଙ୍ଗଳବାରଠାରୁ ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ୱରେ ଥିବା ଦୁଇଟି ଘରୋଇ କୋଠା ଭଙ୍ଗା ଯାଇଛି। ଉପଜିଲାପାଳ ଭବତାରଣ ସାହୁଙ୍କ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି।

Share