Categories: ମେଟ୍ରୋ

ପୁରୀରେ ବିଶ୍ୱ ପରିବେଶ ଦିବସ ପାଳିତ

ପୁରୀ ଅଫିସ, ୫।୬: ପୁରୀ ବନବିଭାଗ ପକ୍ଷରୁ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ସକାଳେ ସିଂହଦ୍ୱାରଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ପରିସରରେ ପହଞ୍ଚିଥିଲା। ଏହାପରେ ବାୟୂ ପ୍ରଦୂଷଣ, ନିରାକରଣ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲାପାଳ ବଲଓ୍ବନ୍ତ ସିଂହ, ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ, ଜିଲା ଶିକ୍ଷାଅଧିକାରୀ ହୃଷୀକେଶ କାଣ୍ଡି, ଶ୍ରୀମନ୍ଦିରର ରାଜସ୍ବ ଉପପ୍ରଶାସକ ମଧୁସୂଦନ ଦାସ ଏବଂ ଜିଲା ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଘାଟା ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

Share