ପୁରୀ ଅଫିସ,୨୬।୯: ଗତ କିଛି ଦିନ ଧରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉତ୍ତରାଧିକାରୀ ବୋଲି ଜଣେ ବ୍ୟକ୍ତିଙ୍କୁ ପରିଚୟ ଦେଇ ଏକ ଫଟୋ ଭାଇରାଲ ହୋଇଆସୁଛି। ତେବେ ଏହା କେବଳ ଗୁଜବ। ଉକ୍ତ ବ୍ୟକ୍ତିଜଣଙ୍କ ନୀଳଗିରି ଯୁବରାଜ ଜନ୍ମେଞ୍ଜୟ ମର୍ଦ୍ଦରାଜଙ୍କର ଏବଂ ଫଟୋଟି ତାଙ୍କ ନିର୍ବନ୍ଧ ସମୟର ବୋଲି ଗୁରୁବାର ରାଜନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପ୍ରକାଶଯୋଗ୍ୟ, ଭାଇରାଲ ହୋଇଥିବା ଫଟୋରେ ଗଜପତି ମହାରାଜା ଏବଂ ପାଟରାଣୀଙ୍କ ସହ ଜରେ ରାଜା ବେଶଧାରୀ ବ୍ୟକ୍ତି ନଜରକୁ ଆସିଥିଲେ। ସେ ଗଜପତି ମହାରାଜଙ୍କ ଉତ୍ତରାଧିକାରୀ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଏହାକୁ ରାଜନଅର ପକ୍ଷରୁ ଖଣ୍ଡନ କରାଯାଇଛି। ଫଟୋରେ ନୀଳଗିରିର ରାଜା, ରାଣୀ ଏବଂ ତାଙ୍କ ସୁପୁତ୍ର ଟିକାୟତ ଜନ୍ମେଞ୍ଜୟ ମର୍ଦ୍ଦରାଜ ଅଛନ୍ତି ବୋଲି କୁହାଯାଇଛି।