Categories: ଗଞ୍ଜାମ

ପୁରୀ ଅନ୍ତର୍ଜାତୀୟ ଡ୍ୟାନ୍ସ ଫେଷ୍ଟିଭାଲ: ଦାରିଙ୍ଗବାଡ଼ିର ଶିଶୁ କଳାକାରଙ୍କ ଅଂଶଗ୍ରହଣ

ଦାରିଙ୍ଗବାଡ଼ି,୩୦।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ୪ ଜଣ ଶିଶୁ କଳାକାର ପୁରୀରେ ଚାଲିଥିବା ପୁରୀ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଛନ୍ତିା ସେମାନେ ହେଲେ ଆଫ୍ରିନ ସାହୁ, ବୈଜୟନ୍ତିମାଳା ସିଂହଳ, ସମ୍ପ୍ରୀତିପ୍ୟାରୀ ନାୟକ ଏବଂ ଅମ୍ରିତା ସାହୁ । ଏହି କୁନି କଳାକାର ସମ୍ବଲପୁରୀ ନୃତ୍ୟ ସହ ଓଡ଼ିଶୀ ଏବଂ ପାରମ୍ପରିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଏ ନେଇ ଅଭିନୟ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି ।ଦାରିଙ୍ଗବାଡ଼ି ଦି ଡ୍ୟାନ୍ସ ୱାଲର୍‌ଡ ଗ୍ରୁପ୍‌ର ନୃତ୍ୟଗୁରୁ ପ୍ରିୟଙ୍କା ସାହୁଙ୍କ ନେତୃତ୍ୱରେ ଏହି ଟିମ୍‌ ଦାରିଙ୍ଗବାଡ଼ି ଭଳି ଦୁର୍ଗମ ଅଞ୍ଚଳରେ ନୃତ୍ୟଶିକ୍ଷା କରି ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଏ ନେଇ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ସମସ୍ତ କଳାକାରଙ୍କୁ ଶୁଭେଚ୍ଛା ସହ ସାଧୁବାଦ ଜଣାଇଛନ୍ତି।