ପୁରୀ ଅଭିମୁଖେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଅଭୟ; ଅନୁଧ୍ୟାନ କରିବେ ଆଇନ ଶୃଙ୍ଖଳା ପରିସ୍ଥିତି

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନ ହେବ ସେ ନେଇ ନାନା ଆଶା ଆଶଙ୍କା ଲାଗିରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟରେ ମାମଲା ଶୁଣାଣି ଚାଲିଥିବା ବେଳେ ପୁରୀ ଗସ୍ତରେ ଯାଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ଡିଜି ଅଭୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ସଚିବ ପୁରୀରେ ପରିସ୍ଥିତିର ତଦାରଖ କରିବେ। ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ସେ ନେଇ ପୋଲିସ ଡିଜି ଅନୁଧ୍ୟାନ କରିବେ।
ଯଦି ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା ହେବା ନେଇ ରାୟ ଦିଅନ୍ତି ତେବେ ରାଜ୍ୟ ସରକାରଙ୍କୁ ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ିବ। ତେଣୁ ଏଥିପାଇଁ ମୁଖ୍ୟ ଶାସନ ସଚିବ ଓ ପୋଳିସ ଡିଜି ପୁରୀ ଅଭିମୁଖେ ଯାଇଛନ୍ତି। ବିଶେଷକରି ମହାମାରୀ କରୋନା ସ୍ଥିତି ଓ କେନ୍ଦ୍ର ଗାଇଡ୍‌ଲାଇନ୍‌ ମାନି କିଭଳି ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରାଯିବ ତା’ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Share