ପୁରୀ-ଇନ୍ଦୋର ଏକ୍ସପ୍ରେସ୍‌ ଦୁଇଦିନ ବାତିଲ

ଭୁବନେଶ୍ୱର,୧୧-୯(ବ୍ୟୁରୋ): ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳପଥର ଭୂପଦେଓପୁର ରେଳ ଷ୍ଟେଶନର ଆଧୁନିକୀକରଣ କାର୍ଯ୍ୟ ଆସନ୍ତା ୧୭ ଓ ୧୮ ତାରିଖରେ ହେବ। ଏଥିପାଇଁ ଏହି ରୁଟ୍‌ରେ ଚଳାଚଳ କରୁଥିବା ପୁରୀ-ଇନ୍ଦୋର (୧୯୩୧୭) ଓ ଇନ୍ଦୋର-ପୁରୀ (୧୯୩୧୮) ଏକ୍ସପ୍ରେସକୁ ଦୁଇଦିନ ପାଇଁ ବାତିଲ କରାଯାଇଛି। ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।