ପୁରୀ ଗଣବଳାତ୍କାର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି: ଛାତ୍ର କଂଗ୍ରେସ ପକ୍ଷରୁ ବାସଭବନ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର,୪।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ଟମାଟୋ ମାଡ଼ କରାଯାଇଥିବା ସୂଚନା ମିଳିଛି। ମନ୍ତ୍ରୀ ଇସ୍ତଫା ନ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଛି। ତେବେ ଘଟଣାରେ ଛାତ୍ର କଂଗ୍ରେସର ୧୫/୨୦ ସଦସ୍ୟଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।

Share