ପୁରୀ ଜିଲାକୁ ବାହାର ଲୋକଙ୍କୁ ମନା, ବଡ଼ଦାଣ୍ଡକୁ ଆସିବେନି ପୁରୀବାସୀ: ଡିଜିପି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରଥଯାତ୍ରା ନେଇ ପୋଲିସ ଡିଜିପି ଅଭୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ରଥଯାତ୍ରା ନେଇ ପ୍ରଶାସନ ଓ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୋମବାର ରାତି ୯ରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଶଟଡାଉନ୍‌ ଘୋଷଣା କରାଯାଇଛି। ତମାମ ପୁରୀ ଜିଲାକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି, କର୍ଫ୍ୟୁ ଭଳି କଟକଣା ଲାଗୁ କରାଯିବ। ଜିଲାକୁ କୌଣସି ବାହାର ଲୋକ ଏ ସମୟରେ ନ ଆସିବା ସହ ପୁରୀବାସୀଙ୍କୁ ମଧ୍ୟ ବଡ଼ଦାଣ୍ଡକୁ ନ ଆସିବାକୁ ସେ କହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ୫୦ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯିବ ବୋଲି ଡିଜିପି କହିଛନ୍ତି।

Share